ବାଲିପଡ଼ା ଗୋଷ୍ଠି ଶୌଚାଳୟରେ ଝୁଲୁଛି ତାଲା; ନାମକୁ ମାତ୍ର ସ୍ୱଚ୍ଛ ଭାରତ ମିଶନ ।

ବ୍ରହ୍ମପୁର,୦୪/୦୨(ପିପିଟି):ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବାଲିପଡ଼ା ଗ୍ରାମରେ ଦୀର୍ଘ ଦିନ ହେଲା ନୂତନ ଭାବରେ ନିର୍ମିତ ଗୋଷ୍ଠି ଶୌଚାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଆର୍ଥିକ ବର୍ଷ ୨୦୨୦-୨୦୨୧ ରେ ଜିଲ୍ଲା ଜଳ ପରିମଳ ମିଶନ ଗଞ୍ଜାମଙ୍କ ଦ୍ବାରା ୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ଗୋଷ୍ଟି ଶୌଚାଳୟ । ହେଲେ କାହାପାଇଁ ଏହି ଗୋଷ୍ଠି ଶୌଚାଳୟ ନିର୍ମାଣ ହୋଇଛି ତାହା ଏବେ ସାଧାରଣରେ ପ୍ରଶ୍ନ ଉଠିଚି । ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଏହି ଗ୍ରାମରେ ଫେଲ ମାରିଚି ଯାହା ଏହି ଦୃଶ୍ୟ କହୁଚି । ଲୋକ ମାନଙ୍କ ପାଇଁ ଭାରତ ସରକାର ପ୍ରତ୍ୟେକ ଗ୍ରାମରେ ଗୋଷ୍ଠି ଶୌଚାଳୟ ନିର୍ମାଣ କରୁଛନ୍ତି । ଲୋକ ମାନେ ଶୌଚାଳୟ କୁ ବ୍ୟବହାର କରି ବିଭିନ୍ନ ରୋଗ ଦାଉରୁ ନିଜକୁ ରକ୍ଷା କରିପାରିବେ ହେଲେ ବିଡ଼ମ୍ବନାର ବିଷୟ ଏହି ଶୌଚାଳୟର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଲୋକ ମାନଙ୍କୁ ବ୍ଯବହାର କରିବା ପାଇଁ ଦିଆଯାଉନାହିଁ । ଦୀର୍ଘ ଦିନ ହେଲା ତାଲା ପକାଇ ରଖାଯାଇଛି ଏବଂ ସ୍ଥାନୀୟ ଲୋକ ମାନଙ୍କୁ ବିଭିନ୍ନ ରୋଗ ମୁହଁକୁ ଠେଲୁଛନ୍ତି ପ୍ରଶାସନ । ରାଜ୍ୟ ସରକାର ପରିବେଶ ସ୍ୱଚ୍ଛତା ଉପରେ ବେଶ୍ ଗୁରୁତ୍ଵ ଦେଉଥିବା ବେଳେ ଏହି ଗ୍ରାମରେ ଗୋଷ୍ଠି ଶୌଚାଳୟରେ ତାଲା ପକାଇ ସ୍ୱଚ୍ଛତା ଉପରେ ପ୍ରଶ୍ନ ବାଚି ଲାଗିଚି । ସ୍ଥାନୀୟ ପ୍ରଶାସନ ଲୋକ ମାନଙ୍କୁ ଭୁଆଁ ବୁଲାଇ ଏମିତି ଗୋଟେ ଗୋଟେ ବୋର୍ଡ ଲଗାଇ ବିଲ ପରେ ବିଲ କରିଚାଲିଛନ୍ତି ହେଲେ କୌଣସି କାମ ଲୋକ ମାନଙ୍କ ହିତରେ ଲଗିପାରୁନାହିଁ ଏହାର ଜ୍ୱଳନ୍ତ ଉଦାହରଣ ଗୋଷ୍ଠି ଶୌଚାଳୟ । ବର୍ତ୍ତମାନ ଏହି ଶୌଚାଳୟ ଭଗ୍ନ ହେବାକୁ ବସିଲାଣି ହେଲେ ଏବେ ପର୍ଯ୍ୟନ୍ତ ଶୌଚାଳୟରୁ ତାଲା ଖୋଲୁନି କାରଣ କଣ ଲୋକ ମାନେ ବି କିଛି ବୁଝିପାରୁନାହାଁନ୍ତି । ଆଗରୁ ଲୋକେ ଯେମିତି ବାହାରେ ଝାଡା ଫେରୁଥିଲେ ଏବେ ମଧ୍ୟ ସେମିତି ଚାଲିଛି । କିଛି ଲୋକ ମାନେ କହିବାରେ ଏହା କାମ ଚାଲିଥିଲା ଏବଂ ସରିଲା ପରେ ତାଲା ପକାଇ ଚାଲିଗଲେ ଏହି ତାଲା ଆଜି ପର୍ଯ୍ୟନ୍ତ ଖୋଲିଲା ନାହିଁ । ବୟୋଜ୍ୟେଷ୍ଠ ଲୋକ ମାନେ ବହୁତ ହଇରାଣ ହେଉଛନ୍ତି ହେଲେ କେବେ ଭାଙ୍ଗିବ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ତାହା ଦେଖିବାକୁ ବାକି ରହିଲା ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment