ବାଲିଗୁଡା ବସଷ୍ଟାଣ୍ଡରେ ବିଧାୟକଙ୍କ ଦ୍ୱାରା ପୋଲିସ ବିଟ ଗୃହ ଉଦ୍‌ଘାଟନ ।

ବାଲିଗୁଡା,୦୨/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବସଷ୍ଟାଣ୍ଡ ପରିସରରେ ପୋଲିସ ପ୍ରଶାସନ ତରଫରୁ ଏକ ପୋଲିସ ବିଟ ଗୃହ ଉଦଘାଟନ ହୋଇଯାଇଛି । ଏହି ପୋଲିସ ବିଟ ଗୃହକୁ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର । ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଏସପି ଭିନିତ ଅଗ୍ରୱାଲ, ଉପଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ର,ସ୍ଥାନୀୟ ଆଇଆଇସି ପ୍ରଶାନ୍ତ କୁମାର ବେହେରା ଓ ଏନ୍ଏସି ଅଧକ୍ଷ ଲୋକନାଥ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ବସଷ୍ଟାଣ୍ଡକୁ ଆସୁଥିବା ଯେ କୌଣସି ବ୍ୟକ୍ତି କିମ୍ବା ଯାତ୍ରୀ ମାନଙ୍କର ଯଦି କିଛି ଆସୁବିଧା ହୁଏ କିମ୍ବା ଦୁର୍ଘଟଣା ହୁଏ ତେବେ ଏହି ବିଟ ହାଉସରୁ ଲୋକେ ତୁରନ୍ତ ସେବା ପାଇ ପାରିବେ । ଏହାକୁ ନେଇ ଅଞ୍ଚଳବାସୀ ଖୁସୀ ହେବା ସହ ବସଷ୍ଟାଣ୍ଡ ରେ ଏଣିକି ଆଉ କିଛି ଅସୁବିଧା ହେବ ନାହିଁ ବୋଲି ଆଲୋଚନା ହେଉଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ)

Comments (0)
Add Comment