ବାଲିଗୁଡା ଥାନାରେ ନୂତନ ଯୁବ ଆଇ ପି ଏସ ଥାନା ଅଧିକାରୀଙ୍କ ଯୋଗଦାନ ।

ବାଲିଗୁଡା,୧୦/୦୩: (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନାରେ ନୂତନ ଭାବେ ୨୦୨୪ ବ୍ୟାଚର ପ୍ରୋବେସନର ଆଇପିଏସ ଦକ୍ଷ ଯୁବ ଥାନା ଅଧିକାରୀ ଭାବେ ଆନ୍ଧ୍ର ପ୍ରଦେଶ କଡପା ଜିଲ୍ଲାର କେ.ଶ୍ରୀନିବାସୁଲୁ ଯୋଗ ଦେଇ ନିଜ ଦାୟିତ୍ଵ ଭାର ଗ୍ରହଣ କରିଛନ୍ତି । ତାଙ୍କର କ୍ଷେତ୍ର ତାଲିମର ଅଂଶ ଭାବରେ ସେ ଆଗାମୀ ତିନି ମାସ ପାଇଁ ବାଲିଗୁଡା ପୋଲିସ ଷ୍ଟେସନରେ ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନର ଥାନା ଅଧିକାରୀ ମଧ୍ୟ ଏହି ସମୟ ମଧ୍ୟରେ ପିଏସ୍‌ରେ ରହିବେ। କେ.ଶ୍ରୀନିବାସୁଲୁ କମ୍ପ୍ୟୁଟର ସାଇନ୍ସରେ ବି.ଟେକ୍ ସମାପ୍ତ କରିଛନ୍ତି। ସେ ପ୍ରଥମେ ବାଲିଗୁଡା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ସହିତ ଜନସାଧାରଣଙ୍କ ସୁରକ୍ଷା, ଏବଂ ପେଟ୍ରୋଲିଙ୍ଗ କଡ଼ାକଡ଼ି କରାଯିବ, ମଦୁଆ ଓ ଜୁଆ ଆଡ୍ଡା ,ଓ ଗଞ୍ଜେଇ ମାଫିଆ ଉପରେ ତୀକ୍ଷ୍ଣଣ ନଜର ରଖାଯିବା ସହ ଜନସାଧାରଣ ଥାନାକୁ ଆସିଲେ କିପରି ଉଚିତ ନ୍ୟାୟ ପାଇ ପାରିବେ ସେଥି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ନୂତନ ଆଇ ପି ଏସ ଥାନା ଅଧିକାରୀ ଶ୍ରୀନିବାସ କହିଛନ୍ତି । ନୂତନ ଥାନା ଅଧିକାରୀ ଙ୍କ ଯୋଗଦାନ ପରେ ଅଞ୍ଚଳ ବାସୀ ତାଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଭରସା ରଖିଛନ୍ତି l

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Comments (0)
Add Comment