ବାଲିଗୁଡା ଉପଖଣ୍ଡ ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ଲକଡାଉନ ପାଇଁ କଡା ପଦକ୍ଷେପ ଗ୍ରହଣ ।

ବାଲିଗୁଡା,୦୫/୦୫(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ୧୫ ଦିନିଆ ଲକଡାଉନ ଆରମ୍ଭ ହୋଇଛି । ଉପଖଣ୍ଡ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବାଲିଗୁଡା ସହରରେ ଯାଞ୍ଚ ବ୍ୟବସ୍ଥା ସହ ପୋଲିସ ତୁହାକୁ ତୁହା ସହରରେ ପଇଁତରା ମାରୁଛି । କେବଳ ଔଷଧ ଦୋକାନ, ଫଳ ଦୋକାନ, ତେଜରାତି ଦୋକାନ, କ୍ଷୀର ଓ ପାଉଁରୁଟି ଦୋକାନ, ବହି ଦୋକାନକୁ ଛାଡି ଦେଲେ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଛି । ଯାନବାହାନ ଚଳାଚଳ ବନ୍ଦ ଥିବାରୁ ଲୋକମାନେ ଚାଲିଚାଲି ଜିନିଷ କିଣୁଥିବାର ଦେଖିବାକୁ ମିଳୁଛି । ଟାଉନର ସ୍ଥାନେ ସ୍ଥାନେ ନାକା ପୋଷ୍ଟ ରେ ପୋଲିସ ରହି ଅମାନିଆ ଦୁଇ ଚକିଆ ଓ ଚାରି ଚକିଆ ଯାନବାହାନ ଚଳାଚଳ ଉପରେ ତୀକ୍ଷ୍ଣ ନଜର ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ସହରରେ ବୁଲି ଲକଡାଉନ ସ୍ଥିତି ଅନୁଧ୍ୟାନ କରିବା ସହିତ ଲୋକଙ୍କୁ ଆବଶ୍ୟକ ନ ଥିଲେ ଘରୁ ନ ବାହାରିବାକୁ ବୁଝାଉଛନ୍ତି । ତହସିଲଦାର ଶଶାଙ୍କ ଶେଖର ପାତ୍ର ଟାଉନର ପ୍ରତ୍ୟେକ ସାହି ସାହି ବୁଲି ସ୍ଥିତି ପରଖି ଲୋକଙ୍କୁ ସଚେତନ କରାଉଛନ୍ତି । ପୋଲିସ ପକ୍ଷରୁ ସହରକୁ ଆସୁଥିବା ପ୍ରତ୍ୟେକ ଯାନବାହାନକୁ କଡାକଡି ଭାବେ ଯାଞ୍ଚ ବ୍ୟବସ୍ଥା ମଧ୍ୟ କରାଯାଉଛି ।
(ରିପୋର୍ଟ-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Comments (0)
Add Comment