ବାଲିଗୁଡାରେ ୮୬ତମ ଉତ୍କଳ ଦିବସ ପାଳିତ ।

ବାଲିଗୁଡା,୦୧/୦୪(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଉପଖଣ୍ଡ ସ୍ତରୀୟ ୮୬ତମ ଉତ୍କଳ ଦିବସ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହ ଠାରେ କରୋନା କଟକଣା ମଧ୍ୟରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାସ, ମଧୁସୂଦନ ଦାସଙ୍କ, କବିବର ରାଧାନାଥ ରାଏ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟାର୍ପଣ ଉଦଘାଟନ କରିଥିଲେ । ଏହାପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପଜିଲ୍ଲାପାଳଙ୍କ ସମେତ ବାଲିଗୁଡ଼ା ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ଲୋକ ସମ୍ପର୍କ ସୂଚନା ଅଧିକାରୀ ଯଶୋଦା ଗାଦବା, ବରିଷ୍ଠ ଆଇନଜୀବି କୌଶିକ ସାହୁ, ବନବାସୀ ସେବା ସମିତିର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, ପ୍ରମୁଖ ଉପସ୍ଥିତ ରହି ଉତ୍କଳର ବରପୁତ୍ର ମାନଙ୍କର ସ୍ମୁତି ଚାରଣ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ପାଣିଗ୍ରାହୀ ।)

Comments (0)
Add Comment