ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ସ୍ବାଧିନତା ଦିବସ ପାଳିତ ।

ବାଲିଗୁଡା,୧୫/୦୮(ପିପିଟି): ସ୍ବାଧିନତାର ୭୫ ବର୍ଷ ପୂର୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍‌ ମହୋତ୍ସବ ” |ଏହି ଅବସରରେ ପ୍ରତ୍ୟୁଷରୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସମଗ୍ର ସହରରେ ରାମଧୁନ ପରିବେଷଣ କରାଯାଇଥିଲା । ସକାଳ ୭ ଘଣ୍ଟ ସମୟରେ ଉପଖଣ୍ଡ ର ସମସ୍ତ ସରକାରୀ ଓ ବେ ସରକାରୀ ଅନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା । ପରେପରେ ସ୍ଥାନୀୟ ଏନଏସି ତରଫରୁ ଟାଉନରେ ଥିବା ଜବାହର ଲାଲ ନେହେରୁ ଓ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଏହା ପରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ବାଲିଗୁଡ଼ା ଉପ ଜିଲାପାଳ ଦୁଃଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଂଗୀତ ଗାନ ହେବା ପରେ ମୁଖ୍ୟ ଅତିଥି ନିଜ ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଖଣ୍ତ ଆରକ୍ଷୀ ଅଧିକାରୀ ଜି.ଆର.ରାଘବେନ୍ଦ୍ର, ବିଡ଼ିଓ ଶଶାଙ୍କ ଶେଖର ପାତ୍ର,ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ବିଧାୟକ ଚକ୍ରମଣି କହଁର, କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ, ବାଲିଗୁଡ଼ା ବ୍ଲକ ବିଜେଡି ସଭାପତି ଟୁନା ଦାସ, ପୂର୍ବତନ ଏନଏସି ଅଧକ୍ଷ ଲୋକନାଥ ପାଢ଼ୀ,ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫଙ୍କ ସମେତ ବହୁ ସରକାରୀ ବେସରକାରୀ କର୍ମଚାରୀ ତଥା ବହୁ ନେତୃ ସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମଟି ସ୍ଥାନୀୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ ରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ହୋଇଥିବା ବେଳେ ତୀର୍ଥବାସୀ ଘଡାଇ, ଅଭିମନ୍ୟୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସୁଚାରୁରୂପେ ପରିଚାଳନା କରିଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Comments (0)
Add Comment