ବାଲିଆପାଳ ବ୍ଲକରେ ବିଜେଡିର ଜନସଂପର୍କ ପଦଯାତ୍ରା ।

ବାଲିଆପାଳ,୦୨/୧୦: ଓଡ଼ିଶାର ସ୍ୱାର୍ଥ ଏବଂ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ହକ ପାଇଁ ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ବିଜୁ ଜନତା ଦଳର ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଆୟୋଜିତ ହେଉଅଛି । ଏହି ପ୍ରରିପ୍ରେକ୍ଷୀରେ ଆଜି ବସ୍ତା ନିର୍ବାଚନମଣ୍ତଳୀ ଅଧିନସ୍ଥ ବାଲିଆପାଳ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ ହୋଇଯାଇଛି । ଏହି ଜନ ସଂପର୍କ ପଦଯାତ୍ରା ଖଗଡାପାଳ ମହାଦେବ ମନ୍ଦିର ଠାରୁ ବାହାରି ଜାମକୁଣ୍ତା ଛକ ବିଜେଡି କାର୍ଯ୍ଯାଳୟ ପର୍ଯ୍ଯନ୍ତ ଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବସ୍ତା ବିଧାୟିକା ସୁବାସିନୀ ଜେନା ସାମିଲ ହୋଇ ମହାତ୍ମା ଗାନ୍ଧୀଙ୍କ ଅହିଂସା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ତୃଣମୂଳ ସ୍ତରରେ ଦଳକୁ ଆହୁରି ସଂଗଠିତ ଓ ମଜଭୁତ କରି ଲୋକଙ୍କ ସ୍ବାର୍ଥରେ କାମ କରିବା ପାଇଁ ଆହ୍ବାନ କରିଥିଲେ । ବାଲିଆପାଳ ବ୍ଲକ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମୁଖ୍ୟ ଅତିଥି ବିଧାୟିକା ଶ୍ରୀମତୀ ଜେନା ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଜିର ଜନ ସଂପର୍କ ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବ୍ଲକ ସଭାପତି ଗୋବିନ୍ଦ ପ୍ରସାଦ ଦାସ,ବରିଷ୍ଠ ନେତା ଅଜୟ ସାମଲ, ଚକ୍ରଧର ଗିରି,ଭଗବାନ ଗିରି,ମହେଶ୍ବର ଜେନା,ଜିଲ୍ଲା ପରିଷଦ ସଦସ୍ୟ ନିଶାକର ସେଠୀ,ବେଣୁଧର ଜେନା,ଶ୍ରୀରାମପୁର ସରପଞ୍ଚ ଦେବ କୁମାର ଦେ,ପ୍ରତାପପୁର ସରପଞ୍ଚ କସ୍ତୁରୀବାଳା ପାତ୍ର,ଡଗରା ସରପଞ୍ଚ ସତ୍ୟାନନ୍ଦ ମହାନ୍ତି, ପୂର୍ବତନ ସରପଞ୍ଚ ଶରତ ପ୍ରଧାନ,ବିଜୟ କୄଷ୍ଣ ବେହେରା, ମନ୍ମଥ ଗିରି,ସପନ ଦାସ, ହରେକୃଷ୍ଣ ଜେନା,ମୃତ୍ୟୁଞ୍ଜୟ ନାୟକ, ସନ୍ତୋଷ ଗିରି,ଧର୍ମପଦ ଗିରି, ନିତ୍ୟାନନ୍ଦ ଜେନା, ଜଗବନ୍ଧୁ ଜେନା,ସରୋଜ ଦାସ, ଶ୍ରୀକାନ୍ତ ନାଥ,ବ୍ଲକ ଛାତ୍ର ସଭାପତି ସୁଶାନ୍ତ ବେହେରା,ରଞ୍ଜିତା ଟୁଙ୍ଗ, ସୁଲତା  ନାୟକ ପ୍ରମୁଖ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଓ କର୍ମକର୍ତ୍ତା ଏବଂ ଶହ ଶହ ପୁରୁଷ ମହିଳା କର୍ମୀ ଏଥିରେ ସାମିଲ ଦେଇଥିଲେ ।

Comments (0)
Add Comment