ବାର୍ଷିକ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ୨୦୨୧-୨୨।

ବୋଲଗଡ଼,୦୫/୦୮(ପିପିଟି): ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ବୋଲଗଡ଼ ଅଧିନରେ ହାଇସ୍କୁଲ ବୋର୍ଡ଼ ପରୀକ୍ଷା -୨୧ରେ ୪୧ଜଣ ଛାତ୍ର ଛାତ୍ରୀ A1ପ୍ରାପ୍ତ ହୋଇ ବୋଲଗଡ଼ ତଥା ଖୋର୍ଦ୍ଧାର ସମ୍ମାନ ବଢାଇ ପାରିଛନ୍ତି। ସେହି ପ୍ରତିଭାବାନ ଛାତ୍ର ଛାତ୍ରୀ ମାନଙ୍କୁ ଗୋଷ୍ଠୀଶିକ୍ଷା କାର୍ଯ୍ୟାଳୟ ତରଫରୁ ବୋଲଗଡ଼ ନନ୍ଦିଘୋଷ ଭବନରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ସମିତି ଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନ,ସମିତି ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ଜିଲ୍ଲାପରିଷଦ ଶୁବାଷ ଚନ୍ଦ୍ର ରାୟଗୁରୁ,ପ୍ରଦ୍ୟୁମ୍ନ କୁମାର ମଙ୍ଗରାଜ, ମଣ୍ଡଳ ଉନ୍ନୟନ ଅଧିକାରୀ ଧୋବୋଇନାଏକ, ସରପଞ୍ଚ ପ୍ରଫୁଲ କୁମାର ପ୍ରଧାନ ପ୍ରମୁଖ ଅତିଥି ମାନେ ଯୋଗଦେଇ ଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment