ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ।

ଭଞ୍ଜନଗର,୧୦/୦୧(ପିପିଟି):ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ୬୩ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ମଙ୍ଗଳବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି। ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ମୁଖ୍ଯ ଅତିଥି ଏବଂ କଲେଜ ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ମଧ୍ୟ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ। ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ଆମାଶ ପାଟମାଝୀ ବିବରଣୀ ପଠନ କରିଥିଲେ। ଅଧ୍ୟାପକ ରଜନୀ କାନ୍ତ ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ। ଅଧ୍ୟାପକ ଡଃ ରବିନ୍ଦ୍ର ମିଶ୍ର ପ୍ରମୁଖ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହା ପୂର୍ବରୁ ହକି ବିଶ୍ବକପ୍ ର ପ୍ରଚାର ପ୍ରସାର ପାଇଁ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାକୁ ଅତିଥି ମାନେ ବୁଲି ଦେଖିଥିଲେ। ସିନିୟର ବାଳକ ବିଭାଗରେ ବିଦ୍ୟାଧର ଗୌଡ ଚାମ୍ପିୟନ ହୋଇଥିବା ବେଳେ ବାଳିକାରେ ଇତିଶ୍ରୀ ସ୍ୱାଇଁ ଚାମ୍ପିୟନ ହୋଇଛନ୍ତି। ସେହିଭଳି ଜୁନିୟର ବାଳକ ବିଭାଗରେ ପ୍ରଦ୍ୟୁମ୍ନ ପୋଲାଇ ଚାମ୍ପିୟନ ହୋଇଥିବା ବେଳେ ବାଳିକା ବିଭାଗରେ ଅନେସ୍ଵା ପ୍ରଧାନ ଚାମ୍ପିୟନ ହୋଇଛନ୍ତି।
(ରିପୋର୍ଟ- ଜେକେ ପଟ୍ଟନାୟକ।

Comments (0)
Add Comment