ଭଞ୍ଜନଗର, ୨୨/୧୨(ପିପିଟି):ଭଞ୍ଜନଗର ଶ୍ରୀରାମ ନଗର ସ୍ଥିତ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟର ୧୩ତମ ବାର୍ଷିକ କ୍ରୀଡ଼ା ଉତ୍ସଵ ସୋମବାର ଉଦଯାପିତ ହୋଇଯାଇଛି।୨ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମକୁ ଏନଏସି ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡ଼ି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଆଜିର ଶେଷ ଦିବସରେ ଲେମ୍ଭେଇ ଉଚ୍ଚ ବିଦ୍ୟାଳୟର ସମ୍ପାଦକ ପ୍ରମୋଦ କୁମାର ପାତ୍ର ଓ ଆଇନଜୀବି ଧବଳେଶ୍ବର ମାଝି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।ଅନୁଷ୍ଠାନର ଅଧ୍ୟକ୍ଷ ଅଜିତ କୁମାର ଶତପଥୀ,ପରିଚାଳନା କମିଟିର ସଦସ୍ୟ ସୁର୍ଯ୍ୟ ନାରାୟଣ ପାତ୍ର ସହଯୋଗ କରିଥିଲେ।ସମସ୍ତ କ୍ରୀଡ଼ାକୁ ପି ଆନନ୍ଦ ରାଓ,ପି. ରମେଶ,ବିଚିତ୍ରାନନ୍ଦ ଜେନା,ପ୍ରଶାନ୍ତ କୁମାର ଦାସ ଓ ମାନସ କୁମାର ପ୍ରହରାଜ ପରିଚାଳନା କରିଥିଲେ।ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ବହୁ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଛନ୍ତି।ସେମାନଙ୍କୁ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ଅବସରରେ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)