ବାର୍ଷିକ ଉତ୍ସବ ପାଳନ ନିମନ୍ତେ ବରିଷ୍ଠ ନାଗରିକ ସଂଗଠନର ଦ୍ବିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ।

ସୁବର୍ଣ୍ଣପୁର ,୧୮/୧୨(ପିପିଟି):ଆଗାମୀ ଜାନୁଆରୀ ୧୮ ତାରିଖରେ ବାର୍ଷିକ ଉତ୍ସବ ପାଳନ ପାଇଁ ବରିଷ୍ଠ ନାଗରିକ ସଂଗଠନ, ବୀରମହାରାଜପୁର ର ଦ୍ବିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ପୌରୋହିତ୍ୟରେ କାର୍ଯ୍ୟାଳୟ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସ୍ମରଣିକା କମିଟି, ଅର୍ଥ କମିଟି ଓ ଅଭ୍ୟର୍ଥନା କମିଟି ର ସଦସ୍ୟ ମାନଙ୍କ ସହିତ ଅନ୍ୟାନ୍ୟ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ ସଦସ୍ୟ ଦ୍ବିତୀକୃଷ୍ଣ ପଣ୍ଡା ସମସ୍ତଙ୍କୁ ସ୍ବାଗତ କରିବା ସହିତ ସ୍ମରଣିକା ର ରୂପରେଖ, ବିଷୟବସ୍ତୁ, ବିଜ୍ଞାପନ, ନାମକରଣ, ବାର୍ତ୍ତା ସଂଗ୍ରହ ଆଦି ଉପରେ ଆଲୋଚନା କରା ଯାଇଥିଲା। ଭୂଷଣ କୁମାର ପାତ୍ର, ଦୟାନିଧି ହୋତା, କୃଷ୍ଣଚନ୍ଦ୍ର ପାଢ଼ୀ,ଦୟାନିଧି ହୋତା, ବାସୁଦେବ ପଣ୍ଡା,ସତ୍ୟ ନାରାୟଣ ନାୟକ, ସୂର୍ଯ୍ୟ କୁମାର ପାଣିଗ୍ରାହୀ, ସନ୍ତୋଷ ଷଡ଼ଙ୍ଗୀ , ତ୍ରିନାଥ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଆଗାମୀ ଜାନୁଆରୀ ୫ତାରିଖ ପର୍ଯ୍ୟନ୍ତ ଲେଖା ଗ୍ରହଣ କରିବାକୁ ସିଦ୍ଧାନ୍ତ କରାଯାଇଛି। ଅତିଥି ନିମନ୍ତ୍ରଣ ପାଇଁ ଦିଲ୍ଲିପ ତ୍ରିପାଠୀ,ସୌମିତ୍ରୀ ମେହେରଙ୍କୁ ଦାୟିତ୍ଵ ଦିଆମାଇଛି ।ବୈଠକରେ କମିଟି ମେମ୍ବର ଙ୍କ ସହିତ ଗୋପୀନାଥ ମହାକୁର,ଅକ୍ରୂର ଦନ୍ତା,ରମେଶ ପଣ୍ଡା,ବଳରାମ କାଣ୍ଡ,ଚମରା ମହାକୁର,ସୁରୁ ସାହୁ, ନାରାୟଣ ନାୟକ, ଅକ୍ଷୟ ମିଶ୍ର, ଶ୍ୟାମସୁନ୍ଦର ସେଠୀ, ନିମାଇଁ ପଣ୍ଡା, ଭୀମସେନ ବାରିକ, ନିରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବାବେଳେ ଦୟାନିଧି ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment