ବାରିକ ସମାଜର ମହାସଭା ।

ବେଲଗୁଣ୍ଠା,୧୭/୦୬(ପିପିଟି): ଆଜି ନିକଟସ୍ଥ ଝାଙ୍କରାଇ ପୀଠ ରେ ଘୁମୁସର ତାଲୁକା ନିଖିଳ ଉତ୍କଳ ବାରିକ ସମାଜର ମହାସଭା ଅନୁଷ୍ଠିତ ହୋଇ ଯାଇଅଛି । ତିନି ଦିନ ବ୍ୟାପି ଚାଲିଥିବା ଏହି ସଭାରେ ପ୍ରଥମ ଦିନ ରେ ପୂର୍ବତନ ସଭାପତି ପୂର୍ଣ୍ଣ ଚନ୍ଦ୍ର ଡାକୁଆ ଦୀପ ପ୍ରଜ୍ବଳନ କରିଥଲେ । ସମାଜରେ ସମସ୍ତଙ୍କୁ ସେବା ଯୋଗାଇଥିବା ଓ ସମାଜ ର ସମସ୍ତ ସଦସ୍ୟଙ୍କ ସହଯୋଗ ଯୋଗୁଁ ସେ ତାଙ୍କ କର୍ତ୍ତବ୍ୟ ପାଳନ କରିପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଅଞ୍ଚଳ ର ପ୍ରାୟ ୩୦୦ ପାରିବାର ଏହି ସଭାରେ ଯୋଦେଇଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବରେ ରବୀନ୍ଦ୍ର ନାଥ ଡାକୁଆ, ଉପ ସଭାପତି ଭାବରେ ଦୟାନିଧି ଡାକୁଆ , ସଂପାଦକ ଭାବେ ପ୍ରଶାନ୍ତ କୁମାର ପରିଚ୍ଛା ଏବଂ ରାଜ୍ୟ ବେହେରା ଭାବେ ଇନ୍ଦ୍ର ମଣି ପରିଚ୍ଛା ମନୋନୟନ ହୋଇଥିଲେ। ସଭାର ତୃତୀୟ ଦିନରେ ପୁରୁଣା କମିଟି ନୂତନ କର୍ମକର୍ତ୍ତାଙ୍କୁ ଆୟ ବ୍ୟୟର ହିସାବ ଅର୍ପଣ କରିଥଲେ। ସମାଜ ରେ ଉପୁଜିଥିବା କିଛି ପାରିବାରିକ ସମସ୍ୟା ଗୁଡ଼ିକର ସମାଧାନ କରାଯାଇ ଥିଲା। ଶେଷରେ ସଂପାଦକ ଶ୍ରୀ ପରିଚ୍ଛା ଉପସ୍ଥିତ ରହି ସବୁ କାର୍ଯ୍ୟରେ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment