ବାରହା ମାଂସ ଜବତ;ଜଣେ ଗିରଫ ।

ଭଞ୍ଜନଗର,୧୯/୦୮(ପିପିଟି); ବାରହା ମାଂସ ବିକ୍ରି ଅଭିଯୋଗରେ ବୁଧବାର ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼ ରେଞ୍ଜ କୁଲାଡ଼ ସେକ୍ସନର ରାଇପଲ୍ଲୀ ନିକଟରୁ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ବନ ବିଭାଗ। ସେ ହେଲେ ତାରସିଂ ଥାନା ଉଲଦନ ଗ୍ରାମର ଲୋକନାଥ ରଣା(୪୭)। ତା ନିକଟରୁ ୪କେଜି ବାରହା ମାଂସ ଓ ଚମଡ଼ା ଜବତ କରାଯାଇଛି। ଲୋକନାଥ ମାଂସ ବିକ୍ରି କରିବାକୁ ମଧ୍ୟାହ୍ନ ସମୟରେ କୁଲାଡ଼ ଅଭିମୁଖେ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନପାଳ ସୁଭସ୍ମିତା ପାତ୍ର ଓ ବନରକ୍ଷୀ ବର୍ଷାରାଣୀ ସାହୁ ତାଙ୍କୁ ଗିରଫ କରିଥିଲେ। ଏ ନେଇ ବନ ବିଭାଗ ପକ୍ଷରୁ ଓଆର କେସ ନମ୍ବର ୨୯୫/୨୦-୨୧ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଲୋକନାଥକୁ ଆଜି କୋର୍ଟ ଚାଲାଣ କରାଯାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment