ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ନିରବ : ନିଜ ଉଦ୍ୟମରେ ରାସ୍ତା ତିଆରି କଲେ ଯୁବଗୋଷ୍ଠୀ ।

ଉଲୁଣ୍ଡା,୦୨/୧୧(ପିପିଟି);ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ସୁବଳୟା ଖଣ୍ଡହତା ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ରାସ୍ତାରେ ଅନେକ ସ୍ଥାନରେ ଖାଲଖମାରେ ଭର୍ତି ହୋଇଥିବାବେଳେ ଯାତାୟତରେ ବହୁ ଅସୁବିଧା ହେବା ସହ ଅନେକ ଛୋଟବଡ଼ ଦୁର୍ଘଟଣା ମାନ ଘଟୁଥିବାର ଦେଖିବାକୁ ମିଳୁଛି । ଏଥିପାଇଁ ପ୍ରଶାସନ ଠାରେ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି ।କିଛି ଦିନ ପୂର୍ବରୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସିୟା’ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଶାସନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୁଫଳ ନମିଳିବାରୁ ଗ୍ରାମର ଯୁବଗୋଷ୍ଠୀ ଏବଂ ସିୟା ସଂଗଠନ ସଦସ୍ୟମାନେ ନିଜେ କୋଡ଼ି କୋଦାଳ ଧରି ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିଥିବାବେଳେ ଏହି ମହତ କାର୍ଯ୍ୟକୁ ଦେଖି ରମ୍ଭିପାଲି ଗ୍ରାମର ଶ୍ରୀକାନ୍ତ ବିଶ୍ୱାଳ ମାଗଣାରେ ଜେସିବି ମେସିନ ଯୋଗାଇଦେଇଥିଲେ ।

(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )

Comments (0)
Add Comment