ବାବା ଶ୍ରୀ ଦଣ୍ଡିଶ୍ୱର ମନ୍ଦିରରେ ଲକ୍ଷ୍ୟାଧିକ ଭକ୍ତ ସମାଗମ ।

କୋଦଳା,୨୭/୧୧(ପିପିଟି):କାର୍ତ୍ତିକପୂର୍ଣ୍ଣମୀ ରେ ମହାଦେବଙ୍କ ଦର୍ଶନ ଲାଗି ବିଭିନ୍ନ ଶୈବ ମନ୍ଦିର ରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଧାଡ଼ିରେ ଯାଇ କୋଦଳା ସ୍ଥିତ ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କୁ ଦର୍ଶନ କରୁଛନ୍ତି । ଆଜିର ଭିଡକୁ ନଜର ରେ ରଖି ପ୍ରତ୍ୟେକ ବର୍ଷଭଳି ଏହିବର୍ଷ ମଧ୍ୟ ପୂର୍ବାହ୍ନର ସମସ୍ତ ଭୋଗ ପ୍ରାତଃ ରୁ ଶେଷ ହୋଇ ଯାଇଅଛି । ଭିଡ଼ରେ ଶାନ୍ତି ଶୃଙ୍ଖଳାର ଦର୍ଶନ ଲାଗି ମନ୍ଦିର ପ୍ରଶାସନ ସହ କୋଦଳା ପୋଲିସ ଓ ଅଧ୍ୟକ୍ଷ ଦାତ୍ତାରାମ ବିଶୋଇଙ୍କ ନିର୍ଦ୍ଦେଶକ୍ରମେ ଅଧ୍ୟାପକ ସରୋଜ କୁମାର ଆଚାର୍ଯ୍ୟ,ସମୀର ପରିଡା, ଅଧ୍ୟାପିକା ସୁଦେଷ୍ନା ପ୍ରଧାନ ଓ ସୁନିତା ପାଣ୍ଡିଙ୍କ ତତ୍ୱାବଧାନରେ କୋଦାଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।ଏମାନଙ୍କ ଦ୍ୱାରା ଶାନ୍ତି ଶୃଙ୍ଖଳାର ସହିତ ଭକ୍ତଙ୍କ ଧାଡି ଦର୍ଶନ ଚାଲିଥିଲା ।ଯାହାଫଳରେ ସମସ୍ତ ଭକ୍ତ ଶୃଙ୍ଖଳାର ସହିତ ଦର୍ଶନ କରିଥିଲେ “ବିଶ୍ବାସ ରହିଛି କାର୍ତ୍ତିକ ପୂର୍ଣମୀରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟିଜନ୍ମର ପୂଣ୍ୟଫଳ ମିଳିଥାଏ । ଏହି ବିଶ୍ବାସରେ କୋଦଳା ଅଞ୍ଚଳ ସହିତ ବହୁ ଦୁରଦୁରାନ୍ତ ରୁ ସକାଳୁ ସକାଳୁ ମଙ୍ଗଳ ଆଳତି ଠାରୁ ଶ୍ରଦ୍ଧାଳୁମାନେ ଆସି ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କୁ ଦର୍ଶନ କରିଥିବା ବେଳେ, ଅପରାହ୍ନରେ ଆଖ ପାଖ ଇନାମ ବେଲପଡା, ବେଲଝରୀ,ଦିଗୀ,ସାନ ଗୁଡ଼ିଆଳି, ବଡ ଗୁଡ଼ିଆଳି,କୁସୁନୁପୁର, ମର୍ଦ୍ଦମେଖ, କନ୍ଦିଆ ସମେତ କୋଦଳା ଖଡୁରାସାହି ଓ ଅଖଣ୍ଡ ନାମରୁ ଆସିଥିବା ଥଳ,ମୃଦଙ୍ଗର ପ୍ରତିଦ୍ବନ୍ଦିତା ବେଶ ରୋମାଞ୍ଚକର ହୋଇପାରିଥିଲା । ସନ୍ଧ୍ୟା ବେଢା ପରିକ୍ରମାରେ ସେମାନେ ସାମିଲ ହୋଇ ସେମାନଙ୍କ ପରିଦର୍ଶିତା ଦେଖାଇଥିଲେ । ପରେ ପରେ ନାମ ମଣ୍ଡଳୀ ଜଗନ୍ନାଥ ମନ୍ଦିର, ତାଳେଶ୍ୱର ମନ୍ଦିରକୁ ଯାଇ କୀର୍ତ୍ତନ କରିଥିଲେ ।ଏହିବର୍ଷ ଲକ୍ଷ୍ୟାଧିକ ଭକ୍ତଙ୍କ ଗହଳି ଲାଗିଥିବା ଦେଖିବାକୁ ମିଳିଛି “କୌଣସି ବିଶୃଙ୍ଖଳା ନ ହୋଇ ଏତେବଡ ଯାତ୍ରା ସୁରୁଖୁରୁ ରେ ହୋଇଥିବାରୁ ମନ୍ଦିର ସେବାୟତ, ଥାନା ଅଧିକାରୀ ଉମାକାନ୍ତ ସାହୁ ଏବଂ କଲେଜ ଅଧ୍ୟକ୍ଷ ଦତ୍ତାରାମ ବିଶୋଇଙ୍କୁ ମନ୍ଦିର ପ୍ରଶାସନ ତରଫରୁ ସଭାପତି ସୂର୍ଯ୍ୟ ନାରାୟଣ ବଡୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସେହିପରି ସାଙ୍କୁଡ଼ା ଧବଳେଶ୍ୱର, ବେଗୁନିଆପଡା ସିଦ୍ଧେଶ୍ୱର, ବରିଡା ଅମରେଶ୍ୱର, ଶାଳବଣ ସିଦ୍ଧେଶ୍ୱର, ଫାସି ମାନିକେଶ୍ୱର ମହାଦେବଙ୍କ ମନ୍ଦିର ରେ ମଧ୍ୟ ଭକ୍ତଙ୍କ ପ୍ରବଳଭିଡ଼ ପାରିଲକ୍ଷିତ ହୋଇଥିଲା ।

(ରିପୋର୍ଟ – ସୂର୍ଯ୍ୟ ନାରାୟଣ ବଡୁ ।)

Comments (0)
Add Comment