ବାପା ମା ଛେଉଣ୍ଡ ପୁଅ ସହାୟତା ଅପେକ୍ଷାରେ, ଓଳିଏ ଖାଇଲେ ଓଳିଏ ଉପାସ ।

ବୋଲଗଡ଼,୨୫/୦୮(ପିପିଟି) :ପିଲାମାନଙ୍କ ହାତ ଧରି ଅନ୍ଧାର ଦୁନିଆରୁ ଆଲୋକ ଆଡକୁ ବାଟ ଦେଖାନ୍ତି ବାପା-ମାଆ । ଆଉ ସେମାନଙ୍କର କୁନି ଭବିଷ୍ୟତକୁ ନିଜ ହାତରେ ଗଢି ଦିଅନ୍ତି । ହେଲେ ଯେତେବେଳେ ବାପା ପିଲା ଙ୍କୁ ଛାଡି ଆରପାରିକି ଚାଲିଯିବା ପରେ ମାଆ ଅନ୍ୟତ୍ର ଚାଲିଯାଇଥାଏ, ଥରେ ଭାବନ୍ତୁ ସେତେବେଳେ ସେହି ପିଲାଟିର ଉପରେ କେମିତି ବିତିଥିବ ସେହି ଦିନ ଗୁଡିକ ? ବିଶ୍ବ ରଂଜନ ପ୍ରଧାନ ଙ୍କୁ ୯ ବର୍ଷ ବୟସରେ ବାପା ମୁତ୍ଯୁ ବରଣ କଲେ । ପୁଅକୁ ପର କରି ଅନ୍ଯ ଜଣକ ହାତ ଧରିଲେ ମାଆ। ବାପା ମା ଙ୍କ ସ୍ନେହ ଶ୍ରଦ୍ଧା ପାଇବା ବୟସରେ ମୁଣ୍ଡ ତୁଣ୍ଡରେ ମାରି ପେଟ ସଂଘର୍ଷ କରୁଥିବା ବିଶ୍ବ ଙ୍କ ଭରସା କେବଳ ଭଗବାନ । ହେଲେ ଦଇବ ସେତକ ବି ସହିଲାନି। ଯିଏ ରାହା ପାଲଟିଥିଲା ଜଳଖିଆ ଦୋକାନ ମାଲିକ ବୟସ କମ ଯୋଗୁଁ ଜଳଖିଆ ଦୋକାନରୁ ବାହାର କରିଦେବା ପରେ ଅସହାୟ ବିଶ୍ବ ରଂଜନ। ବିଶ୍ବ ଙ୍କ ମୁଣ୍ଡ ଉପରୁ ଉଠିଗଲା ମାଆର ପଣତକାନି ପରେ ବାପାଙ୍କ ହାତ । ଏବେ ବୃଦ୍ଧ ଅଜା ତାଙ୍କର ସାହା ଭରସା ପାଲଟିଛନ୍ତି । ଏଭଳି ଏକ ଦୁଃଖଦ ମୁହୂର୍ତ୍ତ ଦେଇ ଗତି କରୁଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ପୁଆଣିଆ ଗ୍ରାମ ର ୧୫ ବୟସ ଅସହାୟ ବିଶ୍ବରଂଜନ ପ୍ରଧାନ। ପଢିବା ଖେଳିବା ବୟସରେ ଏହି ବାପା ମାଆ ଛେଉଣ୍ଡ ହେବାପରେ କେଉଁଠି ଆଉ ଖାଇବେ କ’ଣ କରିବେ ତାକୁ ନେଇ ପ୍ରଶ୍ନ । ଭାପୁର ବ୍ଲକ କରଡାପଲ୍ଲୀ ଗ୍ରାମ ର ଅନ୍ତର୍ଯ୍ୟାମୀ ବରାଡ଼ ନାତି ବିଶ୍ୱରଂଜନ କୁ ପାଖରେ ନେଇ ରଖିଥିଲେ। ଏବେ ଅନ୍ତର୍ଯ୍ୟାମୀ ବୃଦ୍ଧାଅବସ୍ଥା ଯାହାକି ସଂସାର ଚଳେଇବା କଷ୍ଟ ହୋଇପଡ଼ିଛି। ଦିନେ ଖାଇଲେ ଦୁଇ ଦିନ ଉପବାସ ରହିବାକୁ ପଡୁଛି। ବିଶ୍ଵରଂଜନ ନବମ ଶ୍ରେଣୀରୁ ପାଠପଢ଼ା ରୁ ଡୋରି ବାନ୍ଧିଛି। ସରକାରୀ ସହାୟତା ନିମନ୍ତେ ଆକୁଳ ନିବେଦନ କରୁଛନ୍ତି।ବିଶ୍ବ ର ଦୁଖ ଦୁର୍ଦ୍ଦଶା ର ଖବର ଜଣାପଡିବା ପରେ ଅଚଂଳ ସମାଜସେବୀ ପ୍ରକାଶ ରାଉତରାୟ ଘଟଣା ସ୍ଥଳରେ ପହଞ୍ଚି ବିଶ୍ବ କିପରି ରୋଜଗାର କି ନିଜେ ଆମ୍ମନିର୍ଭରଶୀଳ ହେବା ସହ ସମାଜରେ ଭଲ ମଣିଷ ହେବ ସେଥିପାଇଁ ଦୁଷ୍ଟି ଦେବାକୁ କହିଥିଲେ। ତୁରନ୍ତ ବ୍ଲକ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳ କୁ ଜାଇ ବିଶ୍ବ ରଂଜନକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ରହିବା ପାଇଁ ପକା ଘର ଯୋଜନା ରେ ସାମିଲ ପାଇଁ ନିବେଦନ କରିଛନ୍ତି ଏପରିକି ସ୍ଥାନୀୟ ପ୍ରଶାସନକୁ ଲିଖିତ ନିବେଦନ କରିଛି ସହାୟତା ପାଇଁ ମଧ୍ୟ ପ୍ରତିଶୃତି ମିଳିଛି। ଅସହାୟ ବିଶ୍ୱରଂଜନ କୁ ତୁରନ୍ତ ସରକାରୀ ସହାୟତା ସହ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଜନସାଧାରଣ ରେ ନିବେଦନ କରିଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment