ମା’ ଯଦି ପୃଥିବୀ
ବାପା ହେଲେ ଆକାଶ
ବାପା କେବେ ମୌସୁମୀ ହୋଇ
ବର୍ଷିଯାଏ ପୃଥିବୀରେ
ଆଉ ବଦଳି ଯାଏ ସବୁ
ରଙ୍ଗ ଅବନୀର….!!
ବାପା : ସବୁ ଗରଳକୁ ନୀଳକଣ୍ଠ ପରି
ପାନ କରିଯାନ୍ତି ଅହରହ
ପରିବାରର ଖୁସି ପାଇଁ
ଭରି ଦିଅନ୍ତି ସବୁରି ମୁଖରେ
ଅମୃତର ହସ…!!
ବାପା:ଏକ ନିର୍ଭୟ ସାହାସୀ କର୍ମଠ ମଣିଷ
ସବୁ ବିପଦକୁ ପିଠି କରି
ଆଗକୁ ମାଡିଯିବାର ଏକ ଦୃଢ ସଂକଳ୍ପ
ବାପା ଅଛି ତ
ସବୁ ଦୁର୍ଯ୍ଯୟ ଶକ୍ତିକୁ ପରାହତ
କରିବାର ବୀରତ୍ବ ନିହିତ…!!
ବାପା ଯାହାର ନାହିଁ
ଘରର ସୁଖ ଶୀରି ଐଶ୍ୱର୍ଯ୍ୟ କିଛି ନାହିଁ
ମା’ ମଥାରେ ସୌଭାଗ୍ଯ ସିନ୍ଦୂର ନାହିଁ
ତା’ ଶାଢ଼ି ଶଙ୍ଖା ନାହିଁ
ନାହିଁ ତା’ ମୁହଁ ରେ ହସ
ଆଖିରେ ତା ଅବିଶ୍ରାନ୍ତ ଅଶ୍ରୁ
କେବଳ ବୈଧବର ବେଶ…!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭