ରାଇରଙ୍ଗପୁର, ୨୦/୧୦: ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ବାଦାମପାହାଡ ଷ୍ଟେସନ ବଜାର ଶାରଦୀୟ ଦୁର୍ଗାପୂଜା କମିଟୀ ଦୀର୍ଘ ୬୬ତମ ବର୍ଷ ହେଲା ମହା ଆଡମ୍ବର ଭାବେ ମାଙ୍କ ପୂଜାର୍ଚ୍ଚନା ହୋଇଆସୁଛି । ପ୍ରତିବର୍ଷ ପରି ଏବର୍ଷ ମଧ୍ଯ ଲୋକମାନଙ୍କର ଭରପୁର ଭିଡ ପରିଲକ୍ଷିତ ହୋଇଥିଲା । ମହା ଅଷ୍ଟମୀ ତିଥିରେ ମାଙ୍କ ଠାରେ ପୂଜାର୍ଚ୍ଚନା କରିବା ପାଇଁ ସ୍ଥାନୀୟ ତଥା ଦୂରଦୁରାନ୍ତରରୁ ଆସିଥିବା ଭକ୍ତମାନଙ୍କର ପ୍ରବଳ ଭିଡ ଦେଖାଯାଇଥିଲା । ହାତରେ ନାନା ପ୍ରକାର ନୈବେଦ୍ଯ ଧରି ମାଙ୍କ ନିକଟକୁ ଆସି ନିଜର ମନୋକାମନା ପୂର୍ତ୍ତୀ ନିମିତ୍ତ ସମର୍ପଣ କରିଥିଲେ । ମା କରୁଣାମୟୀ, ଭକ୍ତିମୟୀ ଓ ରକ୍ଷାମୟୀ ହୋଇଥିବାରୁ , ସେ ଭକ୍ତର ମନୋବାଞ୍ଚା ପୂରଣ କରିଥାନ୍ତି । ବିଶିଷ୍ଟ ପୁରୋହିତ ରାମେଶ୍ବର ଗୋସ୍ବାମୀ, ସହଯୋଗୀ ପଣ୍ଡିତ ପଞ୍ଚାନନ ବ୍ରହ୍ମା ଓ ଅସିତ ପାଢୀ ପ୍ରମୁଖ ବେଦ, ମନ୍ତ୍ର ଓ ସ୍ତୁତିରେ ମାଙ୍କ ମହିମା ପ୍ରକମ୍ପିତ ହୋଇଥିଲା । ଆଜି ମହାନବମୀ ପୂଜା ହୋଇଥିଲା ବେଳେ ଆସନ୍ତାକାଲି ଦଶମୀ ପୂଜା, ଅପରାଜିତା ପୂଜା ଓ ମା ବିସର୍ଜନ କରାଯାଇ ପୂର୍ଣ୍ଣାହୁତି ହେବ । କମିଟୀ ପକ୍ଷରୁ ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରିବା ସହିତ ଆଜି ନବମୀ ତିଥିରେ ସମ୍ରାଟ ମେଲୋଡି ଓ ସାନ୍ତାଳୀ ଅପେରା ର ରଙ୍ଗାରଙ୍ଗ ସାଂସ୍କୁତିକ କାର୍ଯ୍ଯକ୍ରମ ପରିବେଷଣ ହେବାକୁ ଥିଲାବେଳେ ଆସନ୍ତାକାଲି ବାବୁଲି ଗ୍ରୁଫ୍ ଙ୍କ ଦ୍ବାରା ଝୁମର ମେଲୋଡି ରହିଅଛି । ତା ପରଦିନ ୨୨ ତାରିଖ ବ୍ଲାକ ଟାଇଗର ଡ୍ଯାନ୍ସ ଧମାକାର ବିଶେଷ ଆକର୍ଷଣ ରହିଛି । ଏଣୁ ଭକ୍ତମାନଙ୍କୁ କମିଟୀ ପକ୍ଷରୁ ଅନୁରୋଧ କରାଯାଇଛି, ଏଠାକୁ ଆସି ମାଙ୍କୁ ଦର୍ଶନ କରିବା ସହିତ ସାଂସ୍କୁତିକ କାର୍ଯ୍ଯକ୍ରମର ଭରପୁର ମଜା ନିଅନ୍ତୁ । ସୁଉଚ୍ଚ ତୋରଣ ସାଙ୍ଗକୁ ଲାଇଟ ସାଉଣ୍ଡ ଡେକୋରେସନରେ ମା ଦୁର୍ଗାଙ୍କ ମେଢ ସୁଶୋଭିତ ହୋଇଥିଲା । ମୀନା ବଜାର ରେ ପିଲା ଠାରୁ ବଡ ପର୍ଯ୍ଯନ୍ତ ସମସ୍ତେ ଆନନ୍ଦ ଉପଭୋଗ କରିଥିଲେ l ଦୂର୍ଗତି ନାଶିନୀ ଦୁର୍ଗା ଏ ଧରାଧାମରେ ଅବତୀର୍ଣ୍ଣ ହୋଇ ଅନାଚାରୀ, ପାପାଚାରୀ, ଲମ୍ପଟ ଓ ଦୁଷ୍ଟ ରାକ୍ଷସ ମହିଷା କୁ ମାରି ସଂସାରର ଦୁଃଖକଷ୍ଟ ଦୂରିଭୂତ କରିଥିଲେ l ସେ ମା ରୂପରେ ଆସି ଏ ଜଗତର ଲୋକମାନଙ୍କୁ ରକ୍ଷା କରିଥିଲେ l ଏଥିରେ କମିଟୀ ର ସଦସ୍ଯଗଣ ଗଙ୍ଗାଧର ବାରିକ, ପଙ୍କଜ ବାରିକ, ତୋଫାନ ବାରିକ, ବାକେଶ ବାରିକ, କ୍ଷିତିଶ ପାତ୍ର, କୈଳାସ ଚନ୍ଦ୍ର ପାତ୍ର, ସୂରଜ ପାତ୍ର, ପିୟୁସ କୁମାର ମଣ୍ଡଳ, ଚିନ୍ମୟ ମଣ୍ଡଳ, ସୌଭିକ ଦାସ, ଶ୍ରୀଅନ ଦାସ, ରବୀନ୍ଦ୍ର ମହାନ୍ତ, ସନ୍ତୋଷ ମହାନ୍ତ, ଲକ୍ଷ୍ମୀଧର ମହାନ୍ତି, ସରୋଜ ମହାନ୍ତି, ଗୋପାଳ ବେହେରା ଓ ରତନ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l