ଭଦ୍ରକ,୨୪/୧୦: ବାତ୍ଯା ଦାନା ର ପ୍ରଭାବ ଅନୁଭୂତ ହୋଇଥିବା ବେଳେ ଗୁରୁବାର ସନ୍ଧ୍ଯା ସୁଦ୍ଧା ୭୮ ପିଲା ଜନ୍ମ ନେଇଛନ୍ତି। ପ୍ରଶାସନ ପକ୍ଷରୁ ମୋଟ ୩୦୩ ଆସନ୍ନ ପ୍ରସବାଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ଯରୁ ୨୬୭ ଜଣଙ୍କୁ ନିକଟସ୍ଥ ସ୍ବାସ୍ଥ୍ଯକେନ୍ଦ୍ର/ପ୍ରସବ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁବାର ସନ୍ଧ୍ଯା ସୁଦ୍ଧା ୭୮ ଜଣ ପିଲା ଜନ୍ମ ନେଇଛନ୍ତି ଓ ସମସ୍ତ ମା ଓ ଶିଶୁ ସୁସ୍ଥ ଅଛନ୍ତି।