ବାଣ ନୁହେଁ ବୋମା ମାଡ଼ ! ତିନି ଗିରଫ ।

ପୋଲସରା,(ପିପିଟି ନ୍ଯୁଜ୍)୨୭/୦୪-ଗତ ୧୮ ତାରିଖ ଶନିବାର ରାତ୍ର ୯ ଘଟିକା ସମୟରେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଲେମ୍ବୁଘାଇ ନିକଟରେ ଦୁଇଗୋଟି ଏବଂ ମଥୁରା ପଞ୍ଚାୟତ ଢଉମାଳ ସ୍ଥିତ ଦେଶୀ ମଦ ଭାଟି ଉପରେ ଦୁଇଗୋଟି ଏହିଭଳି ଲଗାତାର ଚାରୋଟି ବୋମା ପୁଟିଥିଲା ଏହି ଘଟଣାରେ ସଂପୃକ୍ତ ଏ.ସ ଛଚିନା ଗ୍ରାମ ଏବଂ କୋଦଳାର ଦୁଇଜଣ ମୋଟ ତିନିଜଣ ଯୁବକଙ୍କୁ ପୋଲସରା ଥାନା ପକ୍ଷରୁ ଗିରଫ କରାଯାଇଥିଲା ଏବଂ ଏନେଇ ଥାନାରେ କେସ ନଂ:୭୫/୨୦ ଓ ୭୬/୨୦ ରେ ଦୁଇଗୋଟି ମାମଲା ରୁଜୁ କରାଯିବା ପରେ ଆଜି ଉକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା କଥା ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି । ବୋମା ମାଡ଼ ଦିନ ଖବର ପାଇ ଆମ ପ୍ରତିନିଧି ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ କିନ୍ତୁ ଥାନା ଅଧିକାରୀ ସେତେବେଳେ ସୂଚନା ଦେଇଥିଲେ ବୋମା ନୁହେଁ ବାଣ ଫୁଟିଛି । ଘଟଣାର ତଦନ୍ତ ପରେ ବୋମା ମାଡ଼ ହୋଇଥିବା ସ୍ପଷ୍ଟ ହୋଇଥିଲା । ଅଭିଯୁକ୍ତଙ୍କର ଟିଆଇ ପେରେଡ୍ ହେବ ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା/ ନୃସିଂହ ନାଥ ସ୍ବାଇଁ ।

Comments (0)
Add Comment