ବାଣିଜ୍ଯରେ ଟପର ବଣ୍ଡା ଝିଅ କର୍ମା ହେବେ ପୁରସ୍କୃତ ।

ମାଲକାନଗିରି,୦୧/୦୮(ପିପିଟି): ଯୁକ୍ତ ଦୁଇ ବାଣିଜ୍ଯରେ ମାଲକାନଗିରି ଜିଲ୍ଲା ଟପର ହୋଇଥିବା ବଣ୍ଡା ଝିଅ କର୍ମା ମୁଦୁଲିଙ୍କୁ ଜିଲ୍ଲାପାଳ ବିଶାଲ ସିଂ ଦ୍ବାରା ଆଗାମୀ ସ୍ବାଧୀନତା ଦିବସରେ ସମ୍ମାନିତ କରାଯିବା ସହ ୧୦ ହଜାର ଟଙ୍କା ନଗଦ ରାଶି ମଧ୍ଯ ପ୍ରଦାନ କରାଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ପ୍ରକାଶ କରିଛନ୍ତି । ପଙ୍କରୁ ପଙ୍କଜ ଜାତ ହୁଏ ଆଉ ଶାମୁକାରୁ ମୁକ୍ତା ଜନ୍ମ ନେଇଥାଏ, ସେହିପରି ପ୍ରାଚୀନ ବଣ୍ଡା ଜନଜାତିର ଝିଅ କର୍ମା ମୁଦୁଲି +୨ ବାଜିଣ୍ଯରେ ମାଲକାନଗିରି ଜିଲ୍ଲାରେ ସର୍ବୋଚ୍ଚ ୮୨.୬୬ ପ୍ରତିଶତ ମାର୍କ ରଖି ମାଲକାନଗିରି ଜିଲ୍ଲା ଟପର ହୋଇ ସମସ୍ତଙ୍କୁ ବିସ୍ମିତ କରିଛି । ପଢିବାର ଦୃଢ ମନବଳ, ଏକାଗ୍ରତା ଥିଲେ ଦାରିଦ୍ରତା ତଥା ସାମାଜିକ ବନ୍ଧନ ତୁତ୍ସ ହୋଇଥାଏ । ଏପରି ସଫଳତା ଆଣିଛନ୍ତି କର୍ମା ମୁଦୁଲି,ଯାହାକି ଜିଲ୍ଲାପାଳ ବିଶାଳ ସିଂ ଆଗାମୀ ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ କର୍ମା ମୁଦୁଲିଙ୍କୁ ସମ୍ମାନିତ କରାଯିବା ସହ ନଗଦ ୧୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । କର୍ମା ମୁଦୁଲି ସରକାରୀ ଅନୁସୂଚିତ ଜାତି/ଜନ ଜାତି ଉଚ୍ଚ ମାଧ୍ଯମିକ ବିଦ୍ଯାଳରେ +୨ ବାଣିଜ୍ଯରେ ଛାତ୍ରୀ ନିବାସରେ ରହି ଅଧ୍ଯୟନ କରୁଥିଲେ । ଚଳିତ +୨ ବିଣିଜ୍ଯରେ ୬୦୦ ମାର୍କରୁ ୪୯୫ ମାର୍କ ରଖିଥିଲେ, ଯାହାକି ୮୨.୬୬ ପ୍ରତିଶତ ଥିଲା । ଫଳରେ କର୍ମା ମୁଦୁଲି ମାଲକାନଗିରି ଜିଲ୍ଲାରେ ଟପର ହେବାର ଗୌରବ ମଣ୍ଡିତ କରିଥିଲେ । କର୍ମାଙ୍କ ଘର ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ପଞ୍ଚାୟତର ପଡେଇଗୁଡା ଗ୍ରାମରେ । ବାପାଙ୍କ ନାଁ ବୁଡୁ ମୁଦୁଲି ଜଣେ ଦୈନିକ ମଜୁରିଆ Iଆର୍ଥକ ଅବସ୍ଥା ସ୍ବଛଳ ନଥିବା ବେଳେ ଦାରିଦ୍ରତାର କଷାଘାତରେ ଜର୍ଜରିତ । ଝାଟିମାଟିର ଭଙ୍ଗା କୁଟୀରରେ ସପରିବାର ନିବାସ ସହ ଡିବିର ଆଲୁଅରେ ଜୀବନ ଚର୍ଯ୍ଯାରେ ସ୍ବପ୍ନ ସବୁ ମଉଳି ପଡେ । ପେଟ ପାଇଁ ସଂର୍ଘଷ କରୁଥିବା ବେଳେ ଝିଅ କର୍ମାକୁନେଇ କେଉଁ ସୁନେଲୀ ସ୍ବପ୍ନ ଦେଖିବ ହତଭାଗା ଗରିବ ଖଟିଖିଆ ବାପା ବୁଡୁ ମୁଦୁଲି । ଗାଁରେ ନାହିଁ ବିଜୁଳି ବତୀ କି ଗାଁକୁ ନାହିଁ ଖଣ୍ଡେ ରାସ୍ତା । ବଣ୍ଡା ଘାଟିର ପାହାଡାକୁ ଆଜି ବି ଚଢି ପାରୁ ନି ସରକାରଙ୍କର ବିକାଶର ରଥ । ନାହିଁ ନାହିଁର ବଣ୍ଡା ଗାଁ ତଥା ଅପହଞ୍ଚ ଅଞ୍ଚଳରେ କିଏ ଜାଣଥିଲା ଶୁଷ୍କ ପାହାଡ ଚୂଡାରେ ଫୁଟିବ ବିସ୍ମିତ ପଦ୍ମ ?ସେମିତ ଏକ ବିସ୍ମିତ ପଦ୍ମ ହୋଇ ଜାତ ହେଲା କର୍ମା ମୁଦୁଲି । ଆର୍ଥିକ ଅନାଣ୍ଟନ ଏବଂ ସମସ୍ତ ଘାତ ପ୍ରତିଘାତ ପରେ କର୍ମା ମୁଦୁଲି ମ୍ଯାଟ୍ରିକ ପାଶ କଲା ପରେ ବାପା ବୁଡୁ ମୁଦୁଲି ଝିଅକୁ ଆଉ ଅଧିକା ପଢାଇବା ଇଛା ପ୍ରକାଶ କରିନଥିଲେ । ମାତ୍ର ଝଅର ପଢିବା ଆଗ୍ରହ ଦେଖି ସେ ଗୋବିନ୍ଦପଲ୍ଲୀ ସରକାରୀ ଅନୁସୂଚିତ ଜାତି/ଜନ ଜାତି ଉଚ୍ଚ ମାଧ୍ଯମିକ ବିଦ୍ଯାଳୟରେ ନାମ ଲେଖାଇଲେ । ଫଳ ସ୍ବରୂପ ଚଳିଚ +୨ ବାଣିଜ୍ଯ ପରୀକ୍ଷାରେ ୮୨.୬୬ ନମ୍ବର ରଖି କର୍ମା ଯେ ମୁଦୁଲି ପଡା ବଣ୍ଡା ଘାଟିର ନାଁ କୁ ସୁନାମ କରି ନାହିଁ,ଆଜି ସେ ମାଲକାନଗିରି ଜିଲ୍ଲାର ନାମକୁ ଗୌରବାନ୍ମତ କରି ସମସ୍ତଙ୍କ ଠାରୁ ପ୍ରଶଂସା ସାଉଁଟିବାରେ ସାର୍ଥକତା ହାସଲ କରି ପାରିଛି । ବର୍ତ୍ତମାନ କର୍ମା +୨ ବାଣିଜ୍ଯରେ ସଫଳତା ହାସଲ କଲା ପରେ ଉଚ୍ଚ ଶିକ୍ଷା ପାଇଁ ମନରେ ଦୃଢ ଆଶା ସଞ୍ଚାର କରିଛି ,ମାତ୍ର ଘରର ଆର୍ଥିକ ସ୍ଥିତି ଅତି ଖରାପ ଥିବାରୁ ସରକାରୀ ସହାୟତା ମିଳିଲେ ଆଗକୁ ଉଚ୍ଚଶିକ୍ଷା ପ୍ରାପ୍ତି ଲାଗି ପଥ ସୁଗମ ହେବ ବୋଲି କର୍ମା ପ୍ରକାଶ କରିଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ତଥା ରାଜ୍ଯ ସରକାର ସହଯୋଗର ହାତ ବଢାଇଲେ କର୍ମା ମୁଦୁଲି ଯେ ଦିନେ ବଡ ମଣିଷ ହୋଇ ସମାଜର ଟେକ ରଖିବ ବୋଲ. ସାଧାରଣରେ ଆଶା ଏବଂ ବିଶ୍ବାସ କରାଯାଉଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment