ବାଜି ମାରିଲେ ବିରମହାରାଜପୁର ମାଟିର ସୁନାପୁଅ ଏହେସାସ ହୋତା ।

ସୁବର୍ଣ୍ଣପୁର,୧୮/୦୫(ପିପିଟି): ବାଜି ମାରିଲେ ବୀରମହାରାଜପୁରର ମଲ୍ଟି ଟେଲେଂଟ ଯୁବକ ଏହେସାସ ହୋତା । କେତେବେଳେ ତାଇକଣ୍ଡୋ କ୍ରୀଡାରେ ତାଙ୍କର ଚମତ୍କାରିତା ଦେଖାଉଥିବାବେଳେ ଆଉ କେତେବେଳେ ଯାଦୁଗରି ବିଦ୍ୟାକୁ ନେଇ ସେ ଅସିଥାନ୍ତି ଚର୍ଚ୍ଚାକୁ । ହେଲେ ଏଥର କିଛି ଭିନ୍ନକରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ବୀରମହାରାଜପୁର ମାଟିର ବୀର ସନ୍ତାନ ଏହେସାସ ହୋତା । ଜି ସାର୍ଥକ ଦ୍ୱାରା ଅନୁଷ୍ଠିତ ମେଗା ରିୟାଲିଟି ସୋ ପ୍ରତିଭାର ଦାଦାଗିରି କାର୍ଯ୍ୟକ୍ରମରେ ଭାଗନେଇ ଏବେ ସମସ୍ତଙ୍କୁ ପଛରେ ପକାଇଦେଇଛନ୍ତି । କଟକର ଜଗତପୁରଠାରେ ଆୟୋଜିତ ଏହି ମେଗା ରିୟାଲିଟି ସୋର ଗ୍ରାଣ୍ଡ ଫିନାଲକୁ ପ୍ରବେଶ କରିବା ସହ ସେଥିରେ ସେ ଉଇନର ହୋଇଛନ୍ତି । ମେଗା ରିୟାଲିଟି ସୋ ପ୍ରତିଭାର ଦାଦାଗିରି ଟେଲେଂଟ ଷ୍ଟୋରୀ କଂଟେଷ୍ଟରେ ସେ ଉଇନର ହୋଇଥିବାବେଳେ ଦାଦାଗିରି ପ୍ରତିଯୋଗିତାରେ ରନର୍ସ ଅପ୍ ହୋଇଛନ୍ତି । କଟକ ଜଗତପୁର ସ୍ଥିତ ଷ୍ଟୁଡିଓରେ ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଖ୍ୟାତ ସିନେ ତାରକା ତଥା କାର୍ଯ୍ୟାକ୍ରମ ସଂଯୋଜକ ସିଧାନ୍ତ ମହାପାତ୍ରଙ୍କ ହାତରୁ ପୁରସ୍କାର ଗ୍ରହଣ କରିସାରିଛନ୍ତି ଏହେସାସ । ପୁର୍ବରୁ ଏହି ମେଗା ସୋ ର ୨୯ ତମ ଏପିସୋଡ ଗତ ଅପ୍ରେଲ ୨୩ ତାରିଖରେ ପ୍ରସାରିତ ହୋଇସାରିଥିବାବେଳେ ଗ୍ରାଣ୍ଡ ଫିନାଲେ ଏପିସୋଡଟି ଆସନ୍ତା ୨୮ ତାରିଖରେ ପ୍ରସାରିତ ହେବାନେଇ ସୂଚନା ମିଳିଛି । ଏହେସାସଙ୍କ ଏହି ସଫଳତା କଥା ଜଣାପଡିବା ପରେ ଏବେ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛା ଓ ଶୁଭକାମନାର ସୁଅ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment