ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ୱାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ।

ଦିଗପହଣ୍ଡି,୦୭/୧୧(ପିପିଟି); ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଦିଗପହଣ୍ଡି ବ୍ଲକ ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ଏନ୍.ଏ.ସି. ନିକଟ ବସ ଷ୍ଟାଣ୍ଡରେ ପହଞ୍ଚି ଗ୍ରୀନ ଫିଲଡ ସ୍ମାର୍ଟ ଏଲ.ଇ.ଡି. ପ୍ରକଳ୍ପର ଭିର୍ତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଆଗକୁ ଦିଗପହଣ୍ଡି ରେ ଏକ ସୁନ୍ଦର ପାର୍କ,ଖେଳ ପଡିଆ, ମେଡିକାଲରେ ସ୍ଥାୟୀ ଡାକ୍ତର ଏ ସବୁ ବିଭିନ୍ନ ସମସ୍ୟାକୁ ଗୁରୁତ୍ୱ ଦେଇଥିଲେ । ଅଙ୍କୋରଡା ଠାରେ କଲ୍ୟାଣ ମଣ୍ଡପ ଉଦ୍‌ଘାଟନ, ଉଚ୍ଚବିଦ୍ୟାଳୟ ଘର ଉଦ୍‌ଘାଟନ, ଗୁଡ଼ିଆ ସମାଜ କୋଠଘର ଉଦ୍‌ଘାଟନ ଏବଂ ହିତାଧୀକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ଚାଞ୍ଚଡାପଲ୍ଲୀ ଠାରେ ଅଙ୍ଗନାବାଡ଼ି କେନ୍ଦ୍ର ଓ ରୋଷେଇଘରର ଉଦ୍‌ଘାଟନ, ଉଚ୍ଚବିଦ୍ୟାଳୟ ଘର ଉଦ୍‌ଘାଟନ ଏବଂ ହିତାଧୀକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ନବରଙ୍ଗପୁର ଠାରେ କଲ୍ୟାଣ ମଣ୍ଡପ, କମ୍ୟୁନିଟି ହଲର ଉଦ୍‌ଘାଟନ କରିଥିଲେ । ସେହିପରି କୈଠଡା ପଞ୍ଚାୟତର କଲ୍ୟାଣପୁର ଗ୍ରାମ ଠାରେ ମାର୍କେଟ କମ୍ପ୍ଲେକ୍ସ ଉଦ୍‌ଘାଟନ, ହିତାଧୀକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ ଏବଂ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନିତ କରିଥିଲେ । ସିଦ୍ଧେଶ୍ଵର ଠାରେ କମ୍ୟୁନିଟି ହଲର ଉଦ୍‌ଘାଟନ ସହ ହିତାଧୀକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ପରିଶେଷରେ ଲୋକ ମାନଙ୍କ ବିଭିନ୍ନ ସମସ୍ୟା ଅତି ଶୀଘ୍ର ପୁରଣ କରାଯିବ ବୋଲି ଲୋକ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

(ରିପୋର୍ଟ- ସାଇଦିପ ପୂଜାରୀ। )

Comments (0)
Add Comment