ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀରେ ଦୀର୍ଘ ୬ ବର୍ଷ ରୁ ଉର୍ଦ୍ଧ୍ବ ଦିନ ହେଲା ଅଚଳ ଅବସ୍ଥାରେ ପଡ଼ିରହିଛି ପାନୀୟ ଜଳ ପ୍ରକଳ୍ପ, ଲୋକେ ପାଣି ପାଇଁ ହନ୍ତସନ୍ତ ।

ଦିଗପହଣ୍ଡି,୧୧/୧୨(ପିପିଟି); ଦିଗପହଣ୍ଡି ବ୍ଲକ ର ଅନେକ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ ବର୍ଷ ବର୍ଷ ହେଲା ଅଚଳ ଅବସ୍ଥାରେ ପଡ଼ିରହିଛି । ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀଙ୍କ ନଜର ମଧ୍ୟ ପଡୁନି । ଲକ୍ଷ ଲକ୍ଷ ଟଙ୍କା ପଡି ପଡି ଖତ ଖାଉଛି । ଲୋକ ମାନଙ୍କୁ ପାନୀୟ ଜଳ ସମସ୍ୟା ରୁ ଦୂର କରିବାପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିଛନ୍ତି । ହେଲେ ଅତି ଦୁଃଖର ବିଷୟ ପାନୀୟ ଜଳ ପ୍ରକଳ୍ପ କୌଣସି କାମରେ ଆସିପାରୁନାହିଁ । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ପଞ୍ଚାୟତ ର ମେଘଝୋଲି ଗ୍ରାମ ରେ ଏକ ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ୮ ବର୍ଷ ହେଲା ନିର୍ମାଣ ହୋଇଛି । ଗ୍ରାମରେ ପାଇପ ଯୋଗେ ପାଣି ଟ୍ୟାପ୍ ମଧ୍ୟ ଲାଗିଛି । ହେଲେ ଏହି ପ୍ରକଳ୍ପ ଟି ଆଜି ପର୍ଯ୍ୟନ୍ତ କୌଣସି କାମରେ ଆସିପାରିଲାନାହିଁ । ଗ୍ରାମର ସମସ୍ତ ପାଇପ ଭଗ୍ନ ଅବସ୍ଥାରେ ପଡ଼ିରହିଛି । ଦୀର୍ଘ ୮ ବର୍ଷ ବିତିଯାଇଥିଲେ ମଧ୍ୟ ଜଳ ଯୋଗାଣ ଅଧିକାରୀ କିମ୍ବା କୌଣସି ଯନ୍ତ୍ରୀ ଏହାକୁ ଦେଖିବାକୁ ମଧ୍ୟ ଆସିନାହାନ୍ତି ଏପରି ଗ୍ରାମର କିଛି ବ୍ୟକ୍ତି ଅଭିଯୋଗ କରିଛନ୍ତି । ରାଜ୍ୟସରକାରଙ୍କ ଯୋଜନା ଖାଲି ଯୋଜନାରେ ହିଁ ରହିଯାଉଛି କୌଣସି ଲୋକ ଉପକୃତ ହୋଇପାରୁନାହାନ୍ତି । ଏବେ ବି ଲୋକେ ଆଶା ବାନ୍ଧି ବସିଛନ୍ତି ଗ୍ରାମକୁ ପାଣି ଆସିବ ବୋଲି । ହେଲେ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ ଅଚିନ୍ତାରେ ସୋଇରହିଛନ୍ତି । ପାନୀୟ ଜଳ ଦୁର୍ନୀତି ଏଭଳି ଅନେକ ଅଛି ଅତି ଶୀଘ୍ର ଏହାର ଖୁଲାସା ହେବ ।

(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment