ବାଙ୍ଗିରିପୋଷି ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ।

ମୟୂରଭଞ୍ଜ,୧୪/୧୦:ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଳୱେ ଷ୍ଟେସନ ନିକଟସ୍ଥ ରେଲୱେ ଟ୍ରାକରୁ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଷ୍ଟେସନ ଭିତରେ ଲାଇନଚ୍ୟୁତ ହୋଇଛି ଟ୍ରେନ । ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଷ୍ଟେସନର ଉନ୍ନତି କରଣ କାର୍ଯ୍ୟ ପାଇଁ ମାଲ ନେଇ ଆସିଥିବା ସମୟରେ ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ହୁଇଲ ଛିଣ୍ଡି ଯିବା ଯୋଗୁଁ ଗୋଟିଏ ଡବା ରେଲୱେ ପଟରିରୁ ତଳକୁ ଓଲ୍ହାଇ ଯାଇଛି । ଦୁର୍ଘଟଣାରେ କେହି ଆହତ ହୋଇନଥିବା ଜଣାଯାଇଛି । ଅନ୍ୟପକ୍ଷେ ଉକ୍ତ ବଗିକୁ ଯଦି ନହଟା ଯାଏ ତେବେ ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ ବିଲମ୍ୱ ହେବା ଆଶଙ୍କା ଉପୁଜିଛି।

Comments (0)
Add Comment