ଭଞ୍ଜନଗର,୧୨/୦୭(ପିପିଟି): ଭଞ୍ଜନଗର ବ୍ଲକ ବାଉଁଶ ଲୁଣ୍ଡି ପଞ୍ଚାୟତର ବାଲି ସାହିରେ ରହୁଥିବା ପ୍ରାୟ ୨୦ଟି ପରିବାର ର ଲୋକେ ପାଣି ଘେରରେ ରହିଛନ୍ତି।ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଗ୍ରାମ ମଧ୍ୟରେ ପାଣି ପସିଯାଇଛି।ଯାହା ଫଳରେ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।ଏସମ୍ପର୍କରେ ଖବର ପାଇ ବାଉଁଶ ଲୁଣ୍ଡି ସରପଞ୍ଚ ଉଦ୍ଧବ ମିଶ୍ର ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ଚୁଡା, ଚାଉଳ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )