ବାଇବାଲି ରେ ଫୁଟିଲା ବ୍ରହ୍ମକମଳ ।

ଭଞ୍ଜନଗର,୨୬/୦୫(ପିପିଟି);ଭଞ୍ଜନଗର ବ୍ଲକ ଉପାନ୍ତ ଅଞ୍ଚଳ ବାଇବାଲିର ପ୍ରମୋଦ କୁମାର ନାୟକଙ୍କ ଘରେ ମଙ୍ଗଳବାର ରାତିରେ ଏହି ବିରଳ ବ୍ରହ୍ମକମଳ ଫୁଲ ଫୁଟି ଥିବା ଦେଖିବାକୁ ମିଳିଥିଲା।ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳର ଲୋକଙ୍କ ବେଶ ଭିଡ଼ ଜମିଥିଲା। ହିନ୍ଦୁମାନଙ୍କ ମତରେ ବ୍ରହ୍ମ କମଳ ଫୁଲ ହେଉଛି ସୃଷ୍ଟିକର୍ତ୍ତା ଭଗବାନ ବ୍ରହ୍ମାଙ୍କ ପ୍ରତୀକ।ଏହାର ଦର୍ଶନ କଲେ ମନୁଷ୍ୟର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment