ବାଇକ ସହ ସ୍କୁଟି ମୁହାଁ ମୁହିଁ ଧକ୍କା,ଦୁଇ ମୃତ,ଜଣେ ଗୁରୁତର ଓ ଦୁଇ ଆହାତ ।

କୋଦଳା,୩୧/୧୨(ପିପିଟି): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢାଆମ୍ବ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗୋଟିଏ ବାଇକ ସହ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଓ ଦୁଇଜଣ ଆହାତ ହୋଇଛନ୍ତି । ମୃତ ଦୁଇଜଣ କୋଦଳା କୁମୁଟି ସାହି ର ଦୁଇ ପଡୋଶୀ ରୁଦ୍ରନାରାୟଣ ଦାଶ, ରଶ୍ମିରଞ୍ଜନ ପାଢ଼ୀ ହୋଇଥିବା ବେଳେ ଗୁରୁତର ବାଣପୁର ଅଞ୍ଚଳର ପବିତ୍ର ବିନ୍ଧାଣି ହୋଇଥିବା ଜଣାପଡିଛି । କୋଦଳା କୁମୁଟି ସାହିର ମିଟୁ ଦାଶଙ୍କ ପୁତ୍ର ରୁଦ୍ରନାରାୟଣ ଦାଶ ଓ ସନ୍ତୋଷ କୁମାର ପାଢ଼ୀଙ୍କ ପୁତ୍ର ରଶ୍ମିରଞ୍ଜନ ପାଢ଼ୀ ଗୋଟିଏ ବାଇକରେ କୌଣସି କାର୍ଯ୍ୟରେ କବିସୂର୍ଯ୍ୟନଗର ଯାଇ ସେଠାରୁ କୋଦଳା ଅଭିମୁଖେ ଫେରୁଥିବା ସମୟରେ ବୁଢାଆମ୍ବ ନିକଟରେ ବିପରିତ ଦିଗରୁ ଆସୁଥିବା ପବିତ୍ରଙ୍କ ସ୍କୁଟି ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ସ୍କୁଟି ରେ ତିନିଜଣ ରହିଥିବା ବେଳେ ଦୁର୍ଘଟଣା ପରେ ସମସ୍ତେ ରାସ୍ତା ଉପରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଉଧାରକରି କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ତେବେ ଡାକ୍ତର ରୁଦ୍ରନାରାୟଣ ଓ ରଶ୍ମିରଞ୍ଜନକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଗୁରୁତର ଓ ଦୁଇ ଆହାତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । କୋଦଳା କୁମୁଟି ସାହିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment