ବାଇକ ସହ ସାଇକେଲ ଧକ୍କାରେ ବୃଦ୍ଧଙ୍କ ଗୋଡ଼ ହାତ ଭାଙ୍ଗିଲା ।

ଭଞ୍ଜନଗର,୧୭/୦୫(ପିପିଟି); ସୋରଡ଼ା ବ୍ଲକ କୁଲାଙ୍ଗୀ ନିକଟରେ ସୋମବାର ସକାଳ ୮ଟା ସମୟରେ ବାଇକ ସହ ସାଇକେଲ ଧକ୍କାରେ ଉଭୟ ଚାଳକ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ସୂଚନା ମୁତାବକ ବଡ଼ ବୋରସିଂ ଗ୍ରାମର ପପୁନ ପ୍ରଧାନ(୨୪) ବାଇକ ଯୋଗେ ସୋରଡ଼ା ଯାଉଥିବା ସମୟରେ ସାଇକେଲ ରେ ଲାଠି ପଡ଼ା ଯାଉଥିବା ମକରା ପଲ୍ଲି ଗ୍ରାମର ଖଦାଳ ଦଳେଇ (୬୫)ଙ୍କ ସହ ଉକ୍ତ ସ୍ଥାନରେ ଧକ୍କା ହୋଇଥିଲା।ଫଳରେ ଉଭୟେ ରାସ୍ତାରେ ଛିଟକି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲ ପଠେଇ ଥିଲେ।ହେଲେ ଖଦାଳର ବାମ ହାତ ଓ ଡାହାଣ ଗୋଡ଼ ଭାଙ୍ଗିବା ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଜଣାପଡିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment