ଭଞ୍ଜନଗର,୧୫/୧୧(ପିପିଟି): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ବେଲଗୁଣ୍ଠା ଓ ବୁଗୁଡ଼ା ଥାନା ଅଞ୍ଚଳରେ ଦିନକୁ ଦିନ ବାଇକ ଚୋରୀ ବୃଦ୍ଧି ପାଉଥିବା ବେଳେ ଲୁଟେରାଙ୍କୁ ଧରିବା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।ଏହାକୁ ନେଇ ପୋଲିସ ଚିନ୍ତାରେ ଥିବା ବେଳେ ଗତ ୩ ତାରିଖରେ ଭଞ୍ଜନଗର ଜାମପଲି ଝାଙ୍କରେଇ ମନ୍ଦିର ନିକଟରେ ତନରଡ଼ା ଗ୍ରାମର ସନିଆ ମଲିକଙ୍କର ଏକ ବାଇକ ରାସ୍ତା କଡରେ ଥିବାବେଳେ ହାଠାତ୍ ଅନ୍ୟଏକ ବାଇକରେ ୩ଜଣ ଯୁବକ ଆସି ପୂର୍ବ ବାଇକର ଚାବି ଭାଙ୍ଗି ନେବାକୁ ଉଦ୍ୟମ କଲାବେଳେ ଏହାଦେଖି ସ୍ଥାନୀୟ ଲୋକମାନେ ଗୋଡେଇ ଗୋଡେଇ ୨ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଅନ୍ୟ ଏକ ଲୁଟେରା ନିଜ ବାଇକରେ ଖସି ପଳେଇଥିଲା।ଅଟକ ୨ଯୁବକଙ୍କୁ ଲୋକମାନେ ପୋଲିସ ଜିମାରେ ଦେବା ପରେ ସେମାନଙ୍କୁ ପଚରା ଉଚରା କରିବାରେ ଏହି ବାଇକ ଚୋରୀ ଗ୍ୟାଙ୍ଗର ସମସ୍ତ ତଥ୍ୟ ପୋଲିସ ହାତରେ ଲାଗିଥିଲା।ଅଟକ ଥିବା ଦୁଇ ଅଭିଯୁକ୍ତ ହେଲେ ବୁଗୁଡା ଥାନା ବିଷ୍ଣୁଚକ୍ର ଗ୍ରାମର ଅଜିତ ପଟ୍ଟନାୟକ ଓ ଭଞ୍ଜନଗର ପାର୍କରୋଡ଼ର ପିଣ୍ଟୁ ମହାନ୍ତିଙ୍କ ଠାରୁ ଖବର ପାଇ ୪୮୫/୨୧ରେ ଏକ ମାମଲା ରୁଜୁ କରି ପୋଲିସ ଭଞ୍ଜନଗର, ବେଲଗୁଣ୍ଠା, ଗାଙ୍ଗପୁର ଓ ବୁଗୁଡା ଥାନାର କିଛି ପୋଲିସ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗଞ୍ଜାମ, କନ୍ଧମାଳ, ରାୟଗଡ଼ା ଜିଲ୍ଲା ସମେତ ସୋନପୁର ଅଞ୍ଚଳର ମୋଟ ୧୭ଟି ମୋଟର ସାଇକେଲ ଓ ୨ଟି ସ୍କୁଟି ଜବତ କରିଛି।ମୁଖ୍ୟ୨ଜଣ ଲୁଟେରାଙ୍କ ସହ ଅନ୍ୟ ୫ଜଣ ସେହି ଚୋରୀ ଗାଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରୁଥିବା ଜଣାପଡିଛି।ସେମାନେ ହେଲେ ବୁଗୁଡ଼ା ଚିରିକି ପଡ଼ାର ବିଭୁତି ଚନ୍ଦ୍ର ପଟ୍ଟନାୟକ, ବୁଗୁଡା ଥାନା ଗୋଲିଆ ର ପ୍ରଶାନ୍ତ କୁମାର ବାଡ଼ତ୍ୟା ଓ ମନୋଜ ପ୍ରଧାନ,ବୁଗୁଡ଼ା କୁଶପଲିର ସନ୍ତୋଷ ଗୌଡ଼ ଓ ଭଞ୍ଜନଗର ବେଣା କୁନ୍ଦାର ଗୌରାଙ୍ଗ ବିଷୋୟୀ। ଏମାନଙ୍କ ଠାରୁ କେତେକ ଚୋରୀ ବାଇକ ଓ ଇଞ୍ଜିନ ମଧ୍ୟ ଜବତ କରାଯାଇ ଥିବା ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଲୁଟେରା ମାନେ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ଓ ବନ୍ଦ ଥିବା ଘରକୁ ଟାର୍ଗେଟ କରି ସେଠାରୁ ଚାବି ଭାଙ୍ଗି ଗାଡ଼ି ଚୋରୀ କରି ବୁଗୁଡା ଓ ଭଂଜନଗର ଅଞ୍ଚଳରେ କିଛି ଗ୍ୟାରେଜ ମାଲିକଙ୍କ ଦ୍ୱାରା ଭାଗ ଭାଗ କରି ସ୍ଥାନାନ୍ତର କରୁଥିଲେ।ଚୋରୀ ଗାଡ଼ି ଗୁଡ଼ିକ ଭଂଜନଗର, ବେଲଗୁଣ୍ଠା, ବୁଗୁଡା, ବ୍ରହ୍ମପୁର ବଡ ବଜାର, କନ୍ଧମାଳ ଜିଲ୍ଲାର ରାଇକିଆ, ସାରଙ୍ଗଗଡ,ସୋନପୁର ଏବଂ ରାୟଗଡା ଜିଲ୍ଲାର ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ଏହି ବାଇକ ଚୋରୀ ଘଟଣାରେ ଅନ୍ୟ କିଛି ଅଭିଯୁକ୍ତ ରହିଥିବା ବେଳେ ସେମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଭଂଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ,ବୁଗୁଡା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା,ବାଲି ପଦର ଫାଣ୍ଡି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏସଆଇ କେଶର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )