ବାଇକ ଦୁର୍ଘଟଣାରେ ଯୁବକ ମୃତ।

ବାଙ୍ଗିରିପୋଷି,୧୨/୧୦:ବାଇକ ଦୁର୍ଘଟଣାରେ ଯୁବକ ମୃତ। ମୃତ ଯୁବକ ଜଣକ ହେଉଛନ୍ତି ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ସୋରିଷପାଳ ପଞ୍ଚାୟତ ରଙ୍ଗାମାଟିଆ ଗ୍ରାମର ମାହା ଲୋହାରଙ୍କ ପୁଅ ଛୋଟରାୟ ଲୋହାର । ପ୍ରାପ୍ତ ସୂଚନା ମୁତାବକ, ଛୋଟରାୟ ଭୁବନେଶ୍ବର ରେ ଚାକିରି କରୁଥିବା ବେଳେ ପୂଜା ଛୁଟିରେ ଘରକୁ ଆସିଥିଲେ। କୌଣସି କାମରେ ନିଜର ଜଣେ ବନ୍ଧୁ ସୁକୁଲାଲ ସୋରେନ ଙ୍କ ସହ ବାଙ୍ଗିରିପୋଷି ଆସିଥିଲେ। ଏକ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ବାଙ୍ଗିରିପୋଷି ବଜାର ନିକଟସ୍ଥ କଲିକତା ଛକ ଠାରେ ଅନ୍ୟ ଏକ ବାଇକ ସହ ମୁହାମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଛୋଟରାୟଙ୍କ ମୃତ୍ୟ ଘଟିଥିଲା। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ବାଇକ ଆରୋହୀ ମାନେ ବାଇକ ଛାଡି ଘଟଣା ସ୍ଥଳରୁ ଚମ୍ପଟ୍ ମାରିଛନ୍ତି। ବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ ଜବତ କରି ତଦନ୍ତ ଚଳାଇଛି।

Comments (0)
Add Comment