ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର ।

ଭଞ୍ଜନଗର,୨୫/୦୨(ପିପିଟି): ତାରସିଙ୍ଗି ଥାନା ଗାୟାଗଣ୍ଡା ନିକଟ ନାରାୟଣ ପ୍ରସାଦ ଗ୍ରାମର ପରମେଶ୍ୱର ପ୍ରଧାନ(୪୦)ବାଇକ ରେ ଯାଡ଼ ଧାର ଗ୍ରାମକୁ ଚାଉଳ ନେବା ପାଇଁ ଆସୁଥିବା ବେଳେ କଳିଙ୍ଗ ପଦର ହାଇସ୍କୁଲ ସାହି ଛକରେ ବିପରୀତ ଦିଗରୁ ଏକ ଟ୍ରକ ଆସୁଥିବା ବେଳେ ଜଣେ ବୃଦ୍ଧ ହଠାତ ପରମେଶ୍ବରଙ୍କ ବାଇକ ସାମ୍ନାକୁ ଚାଲି ଆସିବାରୁ ତାକୁ ରକ୍ଷା କରିବାକୁ ଯାଇ ସେ ଦୁର୍ଘଟଣାର ଶିକାର ହୋଇଥିଲେ।ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment