ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର ।

ଭଞ୍ଜନଗର,୨୩/୦୬(ପିପିଟି); ଭଞ୍ଜନଗର ବ୍ଲକ ଅନ୍ତର୍ଗତ ତିଳିସିଙ୍ଗି ଗ୍ରାମର ରାଘବ ଡାକୁଆ(୩୫) ବୁଧବାର ମଧ୍ୟାହ୍ନ ସମୟରେ କୌଣସି କାମରେ ଭଞ୍ଜନଗର ବାଇକରେ ଆସୁଥିଲେ। କମଳା ବାଡ଼ି ନିକଟରେ ଭାରସାମ୍ୟ ହରାଇ ବାଇକଟି ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଗାଡ଼ିରୁ ଛିଟକି ପଡ଼ି ରାଘବ ଗୁରୁତର ଆହତ ହୋଇଥିଲେ।ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ରାଘବର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଏଠାରୁ ତାକୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment