ବାଇକ ଦୁର୍ଘଟଣାରେ ଜଣେ ମୃତ।

ପୋଲସରା,୨୨/୦୩(ପିପିଟି): ଆଜି ପୋଲସରା ଥାନା ଅନ୍ତର୍ଗତ ଦଶ ମାଇଲି ଛକ ଠାରେ ଗୋଟିଏ ସାଇକେଲ ଉପରେ ବାଇକ ଚଢି ଯିବାରୁ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ଘଟିଥିବା ଜଣା ପଡିଛି। ମିଳିଥିବା ସୂଚନା ଅନୁସାରେ ଆଜି ପୋଲସରା ବ୍ଳକ ଅନ୍ତର୍ଗତ ଛଞ୍ଚାଣିଆ ପଲ୍ଲୀ ଗ୍ରାମର ଦିଗାମ୍ବର ସାହୁ ସାଇକେଲରେ ଆସୁଥିବା ବେଳେ ତାଙ୍କର ପଛପଟୁ ଗୋଟିଏ ମୋଟର ସାଇକେଲ ଧକ୍କା ଦେଇଥିଲା। ଫଳରେ ଦିଗାମ୍ବର ଗୁରୁତର ଆହତ ଦିଗାମ୍ବରଙ୍କୁ ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଦିଗାମ୍ବରଙ୍କ ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ପୋଲସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠାଇବା ସହିତ ଦୁର୍ଘଟଣା ଘଟାଇଥିବା ପୋଲସରା ନିକଟସ୍ଥ ଉସ୍ତାପଡା ଗ୍ରାମର କାଳି ଚରଣ ସ୍ୱାଇଁ ଓ କନ୍ଦର୍ପ ସ୍ୱାଇଁକୁ ଅଟକ ରଖିଛି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Comments (0)
Add Comment