ବାଇକ ଦୁର୍ଘଟଣାରେ ଜଣେ ଗୁରୁତର ।

ଭଞ୍ଜନଗର,୨୪/୦୪(ପିପିଟି):ଭଞ୍ଜନଗର ପାତ୍ର କଲୋନୀରେ ରହୁଥିବା ରୋଷେୟା ସନ୍ତୋଷ କର(୫୨) ଆଜି ମଧ୍ୟାହ୍ନ ସମୟରେ ବେଲଗୁଣ୍ଠା ଅଞ୍ଚଳରେ ଏକ ଭୋଜିରେ ରୋଷେଇ ସାରି ଘରକୁ ଫେରୁଥିବା ସମୟରେ ପଥରା ଗ୍ରାମ ନିକଟରେ ବାଇକ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଗାର୍ଡୱାଲ୍ ରେ ପିଟି ହୋଇଯାଇଥିଲେ। ଏଥିରେ ତାଙ୍କର ଡାହାଣ ଗୋଡ ଭାଙ୍ଗି ଯାଇଥିବା ବୋଳେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭଞ୍ଜନଗରରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Comments (0)
Add Comment