ବାଇକ୍ ମୁହାଁମୁହିଁ ତିନି ଗୁରୁତର ।

ରାଇରଙ୍ଗପୁର,ତା-୦୫/୧୦(ପିପିଟି); ରାଇରଙ୍ଗପୁର-ଗୋରୁମହିଷାଣି ରାସ୍ତା ମରଣଯନ୍ତା ପାଲଟିଛି । ଏକ ସପ୍ତାହ ନ ବିତୁଣୁ ଏହି ରାସ୍ତାରେ ଏକ କାର ସହ ବାଇକ୍ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ,ଆଜି ସୋମବାର ଦିନ ପୁଣି ଥରେ ଦୁର୍ଘଟଣା ଘଟିଛି । ରାଇରଙ୍ଗପୁର ସହରାଞ୍ଚଳ ଥାନା ଅନ୍ତର୍ଗତ ରାଇରଙ୍ଗପୁର- ଗୋରୁମହିଷାଣୀ ରାସ୍ତା ଦୁବୁଲା ବେଡା ଗାଁ ପାଖ ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଫଳରେ ତିନି ଯୁବକ ଗୁରୁତର । ସେମାନଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ ଜାମଦା ଥାନା ଅନ୍ତର୍ଗତ କାନଖା ଗାଁ ର କର ହେମ୍ବ୍ରମ (୨୨) ଏବଂ ବୁଧିଆକୁଦର ଗାଁ ର ମହେନ୍ଦ୍ର ହାଁସଦା (୨୩) ଏବଂ ରାହୁଲ ହାଁସଦା (୧୬) । ପୋଲିସ ତଦନ୍ତ ଚାଲୁ ରଖିଛି। (ରିପୋର୍ଟ- ଅକ୍ଷୟ କୁମାର ବିଶ୍ବାଳ ।)

Comments (0)
Add Comment