ବାଇକ୍ ଧକ୍କାରେ କୁଟୁରାର ମୃତ୍ୟୁ ।

ଭଞ୍ଜନଗର, ୦୯/୧୨(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଫୁଲବାଣୀ ରାସ୍ତା ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ବାଇକ୍ ଧକ୍କାରେ ଏକ କୁଟୁରାର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଦୁଇ ଜଣ ବାଇକ୍ ଆରୋହି ମଧ୍ୟ ଗୁରୁତର ଆହାତ ହୋଇଛନ୍ତି। ଗୁରୁତର ଆହାତ ମାନେ କନ୍ଧମାଳ ଜିଲ୍ଲା ଉଦୟଗିରି ଥାନା ମାଲିକପୁରର ସୁରଜ କୁମାର ପ୍ରଧାନ ଓ ଗୋକୁଳାନନ୍ଦ ନାୟକ। ଉଭୟଙ୍କୁ ଭଞ୍ଜନଗର ପୁଲିସ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିଥିବା ବେଳେ ବନବିଭାଗ କୁଟୁରାର ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଜଣାପଡ଼ିଛି।

ରିପୋର୍ଟ୍ -ଜେ.କେ ପଟ୍ଟନାୟକ)

Comments (0)
Add Comment