ବାଇକ୍ ଚାଳକଙ୍କ ଠାରୁ ଜୋରିମାନା ଆଦାୟ ବେଳେ ବ୍ଯବହାର ରସିଦକୁ ନେଇ ସନ୍ଦେହ !

ଫୁଲବାଣୀ,୧୧/୦୯(ପିପିଟି); ଫୁଲବାଣୀ ପୋଲିସ ମୋଟର ଭେଇକେଲ ଆଇନ ନେଇ ହେଲମେଟ ବ୍ୟବହାର କରିନଥିବା ବାଇକ ଚଳକଙ୍କଠୁ ଜୋରିମାନା ଆଦାୟ ବେଳେ ବ୍ୟବହାର କରିଥିବା ରସିଦକୁ ନେଇ ସନ୍ଦେହ ଓ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ଜୋରିମାନା ଅନଲାଇନରେ ଆଦାୟ କରିବା ପାଇଁ ନିୟମ ପ୍ରଚଳନ କରିଥିବା ବେଳେ ଫୁଲବାଣୀରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବର୍ତ୍ତମାନ ମହାମାରୀ ପାଇଁ ଉଦିଷ୍ଟ ରସିଦ ବହିରେ ହେଲମେଟ ପାଇଁ ବ୍ୟବହାର କରି ଅର୍ଥ ଆଦାୟ ସନ୍ଦେହ ସୃଷ୍ଟି କରିଛି । ଏହି ରସିଦରେ ଆଦାୟକାରି ଅଧିକାରୀଙ୍କର କୌଣସି ସିଲ ବ୍ୟବହାର ହୋଇନଥିବା କିମ୍ବା ବିଭାଗୀୟ କୌଣସି ସଂକେତ ନଥିବା ରସିଦ ବହି ପ୍ରକୃତରେ ସ୍ୱୀକୃତି ପ୍ରାପ୍ତ କି ନାହିଁ ଏହାକୁ ପ୍ରଦାନ କରୁଥିବା ଅଧିକାରୀ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରୁନଥିବା ଓ ରସିଦର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠିବାରୁ ଅଟକାଇ ଥିବା ଗାଡି ଚାଳକ ସାମ୍ନାରୁ ଚଂଚକତା କରି ସେହି ସ୍ଥାନ ଛାଡି ଚାଲିଯିବା ଜନସାଧାରଣଙ୍କ ସନ୍ଧେହକୁ ବଢାଇଥିବା ବେଳେ ପୋଲିସର କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି । ଜୋରିମାନା ଆଦାୟ ବେଳେ ଯେଉଁମାନେ ପୋଲିସ ଓ ଆଇନକୁ ସମ୍ମାନ ଜଣାଇଛନ୍ତି ତାଙ୍କ ଠାରୁ ଜୋରିମାନା ଆଦାୟ ଅମାନିଆ ଓ ହେଲମେଟ ବ୍ୟବହାର କରୁନଥିବା ପୋଲିସ କର୍ମଚାରୀଙ୍କ ପ୍ରତି କୋହଳ ମନଭାବ ପୋଲିସର ଏହିଭଳି କାର୍ଯ୍ୟ ଶୈଳୀ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉପସ୍ଥିତ ଜନସାଧାରଣ । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)

Comments (0)
Add Comment