ବାଇକ୍ ଓ କାର ମୁହାଁମୁହିଁ ଧକା ୩ମୃତ ।

ଜି ଉଦୟଗିରି,୦୭/୦୩: ଆଜି ରାତ୍ର ପ୍ରାୟ ୮ଟା ସମୟରେ ବାଇକ୍ ଓ ୱାଗନର ମୁହାଁମୁହିଁ ହେବା ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବିବରଣୀରୁ ପ୍ରକାଶ ଯେ ଜି ଉଦୟଗିରି ରୁ ୱାଗନର ଓଡି ୧୨ ୭୩୭୪ ରାଇକିଆ ଯାଉଥିବା ବେଳେ ରାଇକିଆ ପଟୁ ଆସୁଥିବା ବାଇକ୍ ନଂ ଓଡି ୧୯ଏଚ୍ ୪୨୯୫ ଧକା ଦେବା ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ତିନି ଜଣ ଯାକ କଳିଙ୍ଗା ପଞ୍ଚାୟତର ଗଦୀଙ୍ଗିଆ ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ଜି ଉଦୟଗିରି ପୋଲିସ ଏ ନେଇ ମାମାଲା ରୁଜୁ କରିବା ସହ ତଦନ୍ତ ଜାରୀ ରଖିଥିବା ନେଇ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।

Comments (0)
Add Comment