ବାଇକ୍‌ ଚ‌ୋରୀ ଅଭିଯୁକ୍ତଙ୍କୁ ୨ ବର୍ଷ କାରାଦଣ୍ଡାଦେଶ ।

ଭଞ୍ଜନଗର,୨୭/୦୪(ପିପିଟି): ଭଞ୍ଜନଗର ଥାନା ଅଧିନ ଲଣ୍ଡେଇସାହି ଠାରେ ହୋଇଥିବା ଏକ ବାଇକ ଚୋରୀ ମାମଲାରୁ ଶୁଣାଣୀ କରି ତିନିଜଣ ଅଭିଯୁକ୍ତଙ୍କୁ ଏସ୍‌ଡିଜେଏମ୍‌ ମନସ୍ବିନୀ ରଥ ବିଭିନ୍ନ ଦଫାରେ ୨ ବର୍ଷ କାରାଦଣ୍ଡ ସହ ୧୫ ଶହ ଟଙ୍କା ‌ଜୋରିମାନା ଆଦାୟ ପାଇଁ ରାୟ ଶୁଣାଣୀ କରିଛନ୍ତି। ଭଞ୍ଜନଗର ଥାନା କେସ୍‌ ନମ୍ବର ୪୯୬/୨୧ ମାମଲାର ବିଚାରଣ କରି ଏଥିରେ ୬ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ ଏସ୍‌ଡିଜେଏମ୍‌ ଏଥିରେ ଅଭିଯୁକ୍ତ ଥିବା ରାଜେନ୍ଦ୍ର ନାଏକ, ପିଣ୍ଟୁ ମହାନ୍ତି ଏବଂ ବାପି ବିଷୋୟୀକୁ ଦୋଷୀ ସାବ୍ୟସ୍ତ କରିଥିବା ସରକାରୀ ଆଇନଜୀବୀ ସୁରେନ୍ଦ୍ର ଟୁଡୁ ସୂଚନା ଦ‌େଇଛନ୍ତି। ସୂଚନା ଅନୁଯାୟୀ,ଗତ ୨୦୨୧ ମସିହା ଅକ୍ଟୋବର ୨୮ ତାରିଖ ଦିନ ଲଣ୍ଡେଇ ସାହିର ରବିନ୍ଦ୍ର ବିଶୋୟୀ ପୂର୍ବ ରାତିରେ ତାଙ୍କ ଘର ତାଲା ଭାଙ୍ଗି ଘର ଭିତରେ ଥିବା ମଟର ସାଇକଲ ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଏସ୍‌ଆଇ କେଶବ ଷଢଙ୍ଗୀ ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିଲେ। ଏହାପରେ ଦଫା ୪୫୭,୩୮୦,୩୪୧ ଏବଂ ୩୪ ଧାରାରେ ଅଭିଯୁକ୍ତ ମାନଙ୍କୁ ଦଣ୍ଡାଦେଶ ଶୁଣାଣୀ ହୋଇଥିବା ଆଇନଜୀବୀ ଶ୍ରୀ ଟୁଡୁ ପ୍ରକାଶ କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment