ବହୁ ଚର୍ଚ୍ଚିତ ପିତଳ ମର୍ମନ୍ତୁଦ ହତ୍ୟା ଘଟଣାରେ ସଂପୃକ୍ତ ୫ ଜଣ ଗିରଫ ଜଣେ ଫେରାର ।

ବ୍ରହ୍ମପୁର,୨୯/୦୩(ପିପିଟି): ଶେରଗଡ଼ ବ୍ଳକ ହିଞ୍ଜିଳି ଥାନା ଅନ୍ତର୍ଗତ ବହୁ ଚର୍ଚ୍ଚିତ ଫାଷ୍ଟଫୁଡ୍ ବ୍ୟବସାୟୀ ୪ ଭାଇ ହତ୍ୟା ମିଷ୍ଟ୍ରିର ଖୁଲାସା କରିଛନ୍ତି ଗଞ୍ଜାମ ଏସ୍.ପି.। ଆଜି ଦିନ୧୧ ଘଣ୍ଟା ସମୟରେ ଏକ ପ୍ରେସ ବିବୃତ୍ତି ଯୋଗେ ଘଟଣାର ତଥ୍ୟ ପ୍ରଦାନ କରିଛନ୍ତି ଗଞ୍ଜାମ ଏସ୍.ପି. ବ୍ରିଜେଶ କୁମାର ରାୟ । ଗଞ୍ଜାମ ଏସ୍.ପି. ବ୍ରିଜେଶ କୁମାର ରାୟଙ୍କ ସୂଚନା ପ୍ରକାରେ ଗତମାର୍ଚ୍ଚ ୨୨ ତାରିଖ ରାତ୍ରି ପିତଳ ଛକ ଠାରେ ଗୋଟିଏ ପରିବାରର ତିନିଭାଇ ଓ ସମ୍ପର୍କୀୟ ଭାଇକୁ ମିଶାଇ ଚାରିଜଣଙ୍କୁ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରାଯାଇଥିବା ଘଟଣାରେ ଅଭିଯୁକ୍ତ ୬ ଜଣଙ୍କ ମଧ୍ୟରୁ ପୋଲିସ ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଅମୀୟ ସ୍ୱାଇଁ ଓରଫ ସାଧୁ (୩୬) ପିତା ଲମ୍ବୋଦର ସ୍ୱାଇଁ ,ବାହାନପତି ଓରଫ ବାହାନ ବେହେରା (୨୮)ପିତା ସ୍ଵର୍ଗତ କନ୍ଧ ବେହେରା ,ବଳିଆ ଓରଫ ଦିପୁ ସେଠୀ (୧୯) ପିତା ସୁବାଷ ସେଠୀ ,ଚିତ୍ର ଓରଫ ଚିତ୍ରସେନ ସେଠୀ(୧୯) ପିତା ହଜାରୀ ସେଠୀ ,ସନ୍ତ ଓରଫ ସନ୍ତୋଷ ସ୍ୱାଇଁ (୨୩) ପିତା ଦୟାନିଧି ସ୍ୱାଇଁ ଏହି ସମସ୍ତ ବ୍ୟକ୍ତି ହିଞ୍ଜିଳି ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ଅଟନ୍ତି ।ଏମାନଙ୍କ ଠାରୁ ପୋଲିସ ୬ ସଂଖ୍ୟକ ରକ୍ତଭିଜା କାଠ ଫାଳିଆ ,ଗୋଟିଏ ରକ୍ତଭିଜା ଲୁହା ଏଙ୍ଗଲର,ବାଉଁଶ ବାଡ଼ି,ରକ୍ତଭିଜା ପିନ୍ଧିଥିବା ସାମଗ୍ରୀ ଓ ବସ୍ତ୍ର , ଗୋଟିଏ ହୋଣ୍ଡା ଆକ୍ଟିଭା ଗାଡି ନମ୍ବର ଓଡ଼ି ୩୨ଏଫ -୨୦୮୦ ,ଗୋଟିଏ ୟାମହା ଫେସୀନୋ ଗାଡି ନମ୍ବର ଓଡି ୦୭ ଏସି -୩୨୯୦ କୁ ପୋଲିସ ଜବତ କରିଛି । ଏହି ଘଟଣାରେ ସଂପୃକ୍ତ ୬ଜଣ ବ୍ୟକ୍ତିବିଶେଷ ଥିବାବେଳେ ଆଉ ଜଣେ ବ୍ୟକ୍ତି ଫେରାର ଥିବା ଗଞ୍ଜାମ ଏସ୍.ପି.ଙ୍କ ସୂଚନା ବିବରଣୀରୁ ପ୍ରକାଶ। ଘଟଣାକ୍ରମରେ ପୋଲିସ ଅନୁଯାୟୀ ମୃତକ ଶମ୍ଭୁ ସ୍ୱାଇଁ ଯିଏକି ଫାଷ୍ଟଫୂଡ଼ ମାଲିକ ତାଙ୍କରି ଦୋକାନ ସାମ୍ନାରେ ଜଣେ ସସ୍ତ୍ରୀକ ଆସିଥିଲେ । ଉକ୍ତ ଦୁଇଜଣଙ୍କୁ ମୁଖ୍ୟ ଅଭିଯୁକ୍ତ ଫାଷ୍ଟଫୂଡ଼ ଦୋକାନ ନିକଟରେ କମେଣ୍ଟ ବାରମ୍ବାର କରୁଥିବା ବେଳେ ଦୋକାନ ମାଲିକ ଚାରିଭାଇ ଏହାକୁ ବିରୋଧ କରିଥିଲେ ଏବଂ କମେଣ୍ଟ ମରାରୁ ନିବୃତ ରହିବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ମୁଖ୍ୟ ଅଭିଯୁକ୍ତ ସେହି ଫାଷ୍ଟଫୂଡ଼ ଚାରିଭାଇ (ଶମ୍ଭୁ, ରାଜା, ପାଣ୍ଡବ ଏବଂ ଚନ୍ଦନ) ଙ୍କ ସହ ଜୋରଜୋର ବଚସା ଏବଂ ପାଟିତୁଣ୍ଡ ହୋଇଥିଲା । ଏହି ଘଟଣା ୨୨ତାରିଖ ମଙ୍ଗଳବାର ୯ରୁ ୧୦ଘଣ୍ଟା ମଧ୍ୟରେ ଘଟିଥିବାବେଳେ ,ମୁଖ୍ୟ ଅଭିଯୁକ୍ତ ସେଠାରୁ ନିଜ ଗ୍ରାମକୁ ଯାଇ ଗ୍ରାମର ଅନ୍ୟ ୫ଜଣ ସହଯୋଗୀ ମାନଙ୍କୁ ନେଇ ସେହିଦିନ ରାତ୍ରି ୧୧ଘଣ୍ଟା ସମୟରେ ଶମ୍ଭୁ ସ୍ୱାଇଁ ନିଜଦୋକାନ ବନ୍ଦକରିବାକୁ ଯାଉଥିବା ବେଳେ ଆକ୍ରୋଶ ମୂଳକ ମନୋଭାବ ରଖି ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ଚାରିଭାଇ ଗୁରୁତ୍ବର ଭାବେ ଲହୁ ଲୁହାଣ ହେବା ସହିତ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ତିନିଭାଇ ମୃତ୍ୟୁ ଘୋଷଣା ହୋଇଥିବା ବେଳେ, ସମ୍ପର୍କୀୟ ମାଉସୀପୁଅ ଭାଇ ବ୍ରହ୍ମପୁର ବଡ଼ ମେଡିକାଲ ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଘଟଣାରେ ଫେରାର ଥିବା ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଗଞ୍ଜାମ ଏସ୍.ପି. ବ୍ରିଜେଶ କୁମାର ରାୟ ସୂଚନା ଦେଇଛନ୍ତି ।

Comments (0)
Add Comment