ଉଲୁଣ୍ଡା,୨୪/୦୯(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟର ବନ୍ଦ ପଡିଥିବା ରକ୍ତ ସଂରକ୍ଷଣ କେନ୍ଦ୍ର ପୁଣିଥରେ କାର୍ଯ୍ୟକ୍ଷମ ହୋଇଛି । ଦୀର୍ଘ ଦିନ ଧରି ବହୁ ସମୟରେ ବିଭିନ୍ନ ପ୍ରକାର ରୋଗୀଙ୍କ ପରିବାରର ଲୋକେ ବରଫ ଥଳି ଧରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରକୁ ଆସି ରକ୍ତ ନେବାର ଦେଖିବାକୁ ମିଳୁଥିଲା ଯେଉଁଥିରେ ସବୁବେଳେ ରୋଗୀର ପରିବାର ର ଲୋକେ ଖର୍ଚ୍ଚାନ୍ତ ହେଉଥିଲେ । ଏବେ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଗର୍ଭବତୀ ମହିଳାଙ୍କ ସହିତ ନିଜର ଅନ୍ୟ ଗୁରୁତର ରୋଗୀଙ୍କ ସକାଶେ ସୀମିତ ପରିମାଣ ବର୍ଗର ରକ୍ତ ସଂରକ୍ଷଣ ହୋଇ ପାରିବ ଓ ସୁବିଧାରେ ଏଠାରୁ ରକ୍ତ ପାଇ ପାରିବେ ବୋଲି ରକ୍ତଦାତା ସଂଘ ପକ୍ଷରୁ କୁହାଯାଇଛି । ବହୁ ଦିନ ଧରି ବହୁତ୍ ସାମାଜିକ ଅନୁଷ୍ଠାନ ତରଫରୁ ବାରମ୍ବାର ଏ ବିଷୟରେ ଆଲୋଚନା ତଥା ଦାବିପତ୍ର ମଧ୍ୟ ଦେବାର ଦେଖିବାକୁ ମିଳୁଥିଲା । ମାତ୍ର କିଛି ଦିନ ଆଗରୁ ସୁବର୍ଣ୍ଣପୁର ଜିଲ୍ଲାର ନୂତନ ଜିଲ୍ଲାପାଳଙ୍କ ତପ୍ତରତା ହେତୁ ଏହା ସମ୍ଭବ ହୋଇ ପାରିଛି । ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ଏ ସମସ୍ୟାର ସମାଧାନରେ ସମଗ୍ର ପ୍ରଶାସନିକ ଅଧିକାରୀ ତଥା ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପଶ୍ଚିମ ଓଡ଼ିଶା ଯୁବ ମଞ୍ଚର ସଂଯୋଜକ ଅଜିତ୍ କୁମାର ପତି । ସେହିପରି ଓଡ଼ିଶା ରକ୍ତଦାତା ମହାସଂଘ , ଦ ବ୍ଲୁଡ ଡୋନୋର ଓଡ଼ିଶା ଓ ଯୁବ ରକ୍ତଦାତା ସଂଘ , ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ତରଫରୁ ବାରମ୍ବାର ରାଜ୍ୟ ରକ୍ତ ସଂଚାଳକ କେନ୍ଦ୍ରକୁ ଦାବି ଜଣାଇବାରୁ ଏ କାର୍ଯ୍ୟ ସଫଳ ହୋଇ ଥିବାର ଜଣା ଯାଇଛି ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)