ବସୁଧା ଯୋଜନା କେବଳ ଯୋଜନାରେ ହିଁ ରହିଗଲା, ପାଣି ପାଇଁ ଲୋକେ ହଟହଟା ।

ଦିଗପହଣ୍ଡି, ୦୬/୧୨(ପିପିଟି); ଜଳ ହିଁ ଜୀବନ । ଜଳ ନାହିଁ ତ ଜୀବନ ନାହିଁ । ପାନୀୟ ଜଳ ସମସ୍ୟା ଲୋକ ମାନଙ୍କୁ କେମିତି ନ ହେଉ ଏଥି ପ୍ରତି ଦୃଷ୍ଟି ଦେଇ ରାଜ୍ୟ ସରକାର ଗାଁ ଠୁ ସହର ପ୍ରତ୍ୟେକ ଗ୍ରାମରେ ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କରିଛନ୍ତି । ହେଲେ ଅତି ଦୁଃଖର ବିଷୟ ବସୁଧା ଯୋଜନା ଖାଲି ଯୋଜନାରେ ହିଁ ରହିଯାଇଛି । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋକର୍ଣପୁର ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗିରହିଛି । ମନ ମୁତାବକ ପାଣି ଛଡାଯାଉଛି ମାସକୁ ୫ ଦିନରୁ ୮ ଦିନ ପାଣି ଆସେ । ଯେବେ ବି ପାଣି ଆସିବ ମାତ୍ର ୧୫ ମିନିଟ ପାଣି ଆସୁଛି ଏମିତି ଗ୍ରାମର କିଛି ବ୍ୟକ୍ତି ମତ ଦେଇଛନ୍ତି । ଗ୍ରାମରେ ପାଇପ ଲାଇନ କାର୍ଯ୍ୟ ଠିକ୍ ସେ ହୋଇନଥିବା ଅଭିଯୋଗ ମଧ୍ୟ ଆସିଛି । ବିଭାଗୀୟ ଯନ୍ତ୍ରୀ କାର୍ଯ୍ୟ ସମୟରେ ଅନୁପସ୍ଥିତ ଥିବା କହିଛନ୍ତି ଗ୍ରାମବାସୀ । କେଉଁଠି ପାଣି ଆସୁଛି ତ କେଉଁଠି ପାଣି ଆସୁନାହିଁ । ପାଇପ ଲାଇନ ଠିକ୍ ସେ ପଡ଼ିନଥିବା ଅଭିଯୋଗ ଆସିଛି । ଜାତୀୟ ରାଜ ପଥର ପାଣି ଟ୍ୟାଙ୍କ ଟିକୁ ଦେଖିଲେ ଜଣା ପଡୁଛି ଯେ କେତେ ଦିନ ପାଣି ଆସୁଥିବ । ରାତି ପାହିଲେ ଅଧିକାରୀ ମହୋଦୟ ସେହି ରାସ୍ତାଦେଇ ଯାଉଥିବେ ହେଲେ ତାଙ୍କ ନଜର ଏହାରି ଉପରେ ପଡୁନି । ଅଚିନ୍ତା ରେ ଅଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ । ଏମିତି କେତେ ପାଣି ଟ୍ୟାଙ୍କ ଥିବ ଏଭଳି ଦୁର୍ନୀତି ଲିପ୍ତ ତାହା ସମୟ ଆସିଲେ ଜଣା ପଡିବ । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ନୀରବ ଦ୍ରଷ୍ଟା ।

(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment