***ବସନ୍ତ ହସ***

ବସନ୍ତ ଆଗମନେ ବିକଶି ପୁଷ୍ପ
ମହ ମହ ବାସ କେଡେ ସୁବାସ ।।
ମନ୍ଦ ମଳୟରେ ଶୀତଳ ସ୍ପର୍ଶ
ପ୍ରଭାତେ ଚିତ୍ତକୁ କରେ ଉଲ୍ଲାସ ।।
ନାନା ରଙ୍ଗ ଫୁଲ ଲାଲ ପଳାସ
ଦୂରେ ଫୁଟି ଦିସେ କି ହସ ହସ ।।
ପ୍ରଜାପତି ଡେଣା ଝାଡି ଅବଶ୍ୟ
ସୁମନ ଉଦ୍ଯାନେ ହୁଏ ପ୍ରବେଶ ।।
ଚୋଷି ଚୋଷି ମଧୁ ଲଭେ ସନ୍ତୋଷ
ଦେଖି ପଥଚାରୀ ବିହରେ କ୍ଳେଶ ।।
କୋକିଳ ବକୁଳ ବୃକ୍ଷରେ ବାସ
କରି ମିଠା ଧ୍ବନି ଭରେ ସରସ ।।
ଲାବଣ୍ୟବତୀର ପ୍ରୀତିରେ ଆଶ
ରସିକ ସ୍ମରଇ ଦେଇ ମାନସ ।।
ବିଚିତ୍ର ଚିତ୍ର କି ପ୍ରକୃତି ବେଶ
ବିସ୍ମିତ କରୁଛି ନେତ୍ର ବିଳାସ ।।
ମର୍ତ୍ତ୍ୟରେ ବସନ୍ତ ଆହାକି ରାସ
ବିମୁଗ୍ଧ କରୁଛି ଫଗୁଣ ମାସ ।।
ସୁନ୍ଦର ଅବନୀ ସ୍ବଛ ଆକାଶ
ରଜତ ଜ୍ୟୋତ୍ସ୍ନାରେ ନିଶି ପ୍ରକାଶ ।।
ପ୍ରଭାତେ ସବିତା ସୁନେଲୀ ହସ
ପାହାଡ ଚୂଡାରେ ହୁଅନ୍ତି ଦୃଶ୍ୟ ।।
ବିହଙ୍ଗ କାକଳି ବିହରେ ତ୍ରାସ
ମଙ୍ଗଳ ଧ୍ବନିରେ ପୂରିଛି ରସ ।।
ନୀଳ ନଭେ ଉଡ଼େ ପକ୍ଷୀ ସାରସ
ନୀଳ ଜଳେ ଖେଳେ ଧବଳ ହଂସ ।।
ନିର୍ମଳ ସଲିଳ ହରଇ ଶୋଷ
ସୁଖ ଶିରୀ ଭୋଗେ ଜନ୍ମି ମଣିଷ ।।

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Comments (0)
Add Comment