ବସନ୍ତ ବଣ ପାହାଡ ନିକଟରୁ କମ୍ପ୍ରେସର ଜବତ କଲେ କୋଦଳା ତହସିଲଦାର।

କୋଦଳା,୨୪/୦୪(ପିପିଟି) : ରବିବାର ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କେ.ବରିଡା ଆରଆଇ ସର୍କଲ ଅଧୀନରେ ଥିବା ବସନ୍ତ ବଣ ନିକଟ ପାହାଡ଼ରୁ ପଥର ଫୁଟା କମ୍ପ୍ରେସର ଲାଗିଥିବା ର କୌଣସି ସୂତ୍ରରୁ ଖବର ପାଇ କୋଦଳା ତହସିଲଦାର ଶଷ୍ମିତା ଶତପଥି , କେ.ବରିଡା ଆର .ଆଇ ଦେବାଶିଷ ମାଝୀ ଉକ୍ତ ସ୍ଥାନକୁ ଯାଇ କମ୍ପ୍ରେସର ଜବତ କରିଥିବା ଜଣାଅପଡ଼ିଛି। ବସନ୍ତ ବଣ ନିକଟରେ ଥିବା ପାହାଡଟି ଲିଜ୍ ହୋଇନଥିବା ବେଳେ ଏଥିରେ କମ୍ପ୍ରେସର ଲଗାଇ ପଥର ବ୍ଳାଷ୍ଟିଙ୍ଗ କରାଯାଉଥିବା ଖବର ପାଇ ତହସିଲଦାର ଏବଂ ଆରଆଇ ମିଳିତ ଭାବେ ଉକ୍ତ ସ୍ଥାନକୁ ଯାଇଥିଲେ। ସେଠାରେ କମ୍ପ୍ରେସର ପଥର ଭାଙ୍ଗିବା ପାଇଁ ପ୍ରସ୍ତୁତ ହୋଉଥିବା ଦେଖି କମ୍ପ୍ରେସର ଏବଂ ଆବଶ୍ୟକ ଯନ୍ତ୍ରପାତି ତହସିଲଦାର ଯବତ କରି କେ.ବରିଡା ଆରଆଇଙ୍କ କାର୍ଯ୍ୟାଳୟରେ ରଖିଥିବା ସହ ତଦନ୍ତ ଜାରି ରହିଛି ବୋଲି କୋଦଳା ତହସିଲଦାର ଶ୍ରୀମତୀ ଶତପଥୀ କହିଛନ୍ତି ।
(ରିପୋର୍ଟ-ସୂର୍ଯ୍ୟ ନାରାୟଣ ବଡୁ ।)

Comments (0)
Add Comment