ରାୟଗଡା,ତା-୧୫/୧୦(ପିପିଟି); ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପରିସର ସଭାଗୃହରେ କୃଷିବିଭାଗ ଓ ଉଦ୍ୟାନବିଭାଗ ଆନୁକୂଲ୍ୟରେ ରାମନାଗୁଡା ବ୍ଲକର କୃଷକସାଥୀ ଏବଂ କ୍ଷେତ୍ର କର୍ମଚାରୀଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏହି ବ୍ଲକର ୧୨ଟି ପଞ୍ଚାୟତର ମୋଟ ୨୪ ଜଣ କୃଷକସାଥୀ ଭାଗ ନେଇଥିଲେ। ସରକାର ଘୋଷଣା କରିଥିବା ବଳରାମ ଯୋଜନା କିପରି ନାମମାତ୍ର ଚାଷୀ,କ୍ଷୁଦ୍ରଚାଷୀ,ଭାଗଚାଷୀ ଓ ଭୁମିହୀନଙ୍କୁ କିପରି ସାହାଯ୍ୟ କରିପାରିବ ଓ ସେମାନେ ଏହି ଯୋଜନାରୁ ସୁଫଳ ପାଇବେ ତାହାର ଏକ ରୋଡମ୍ୟାପ କରାଯାଇଥିଲା। ପ୍ରତି କୃଷକସାଥୀ ନିଜ ପଂଚାୟତରେ ପ୍ରତି ଗ୍ରାମରୁ ୪ ରୁ ଅଧିକ ଜଣଙ୍କୁ ନେଇ କମିଟି ଗଠନ କରିବେ। ସେହି କମିଟି ବ୍ୟାଙ୍କ ସହିତ ସହଯୋଗରେ ରହି କୃଷି ବିଭାଗ ସହିତ ଅନୁବନ୍ଧିତ ରହିବେ। ବ୍ୟାଙ୍କ କୃଷିବିଭାଗ ସହ ଯୋଗଯୋଗ କରି ଋଣ ପ୍ରଦାନ କରିବେ ଓ ସୁଧହାର ସ୍ଥିର କରିବେ।ବ୍ୟାଙ୍କ ଯଦି ଚାହିଁବ ତେବେ ଚାଷୀଙ୍କୁ ଲକ୍ଷାଧିକ ଟଙ୍କା ଲେଖାଏଁ ଋଣ ଦେଇପାରିବ। ପ୍ରତି ଚାଷୀଙ୍କୁ ୫୦୦୦୦ ଟଙ୍କା ଲେଖାଏଁ ନିଶ୍ଚିତ ଭାବେ ମିଳିବ ଓ ଏହି ଟଙ୍କାର ସୁଧ କିମ୍ବା ମୁଳଧନ ଶୁଝିବା ଦରକାର ପଡିବ ନାହିଁ।ଏକଲକ୍ଷ ପଚାଶ ହଜାର ଟଙ୍କା ଋଣ ନେଲେ ସୁଧ ସହିତ ମୁଳ ପରିଶୋଧ କରିବାକୁ ପଡ଼ିବ। କୃଷିବିଭାଗ, କୃଷକସାଥୀ, ଗାଁ କମିଟି ଓ ବ୍ୟାଙ୍କ ସହଭାଗୀତାରେ ଏହି ଯୋଜନା ହେଉଥିବାରୁ ଏହାର ସୁଫଳ ମିଳିବ ବୋଲି ଅଗ୍ରଣୀ ଚାଷୀ ଗୋବିନ୍ଦ ସେନାପତି ପ୍ରକାଶ କରିଛନ୍ତି। ଆଜିର ଏହି କର୍ମଶାଳାରେ କୃଷି ଅଧିକାରୀ ବଣ୍ଟୁ ହାଲଦାର,ସୁଜାତା ନିଶଙ୍କ,ଉଦ୍ୟାନ ବିଭାଗର ଏମ୍ .ସୁଚିତ୍ରା ଯୋଗଦେଇ ନିଜସ୍ୱ ମତ ରଖିଥିଲେ ଓ ସମସ୍ତଙ୍କ ସହଯୋଗରେ ନିଶ୍ଚିତଭାବେ ଯୋଜନା ଫଳପ୍ରଦ ହୋଇପାରିବ।
(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା)