ବଳରାମ ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା ବୈଠକ ।

ବେଲଗୁଣ୍ଠା,୦୪/୦୬(ପିପିଟି);ଆଜି ବେଲଗୁଣ୍ଠା ବ୍ଲକ୍ ର ୧୪ ଗୋଟି ସେବା ସମବାୟ ସମିତିର ସମ୍ପାଦକ ମାନଙ୍କୁ ନେଇ ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ରାଜ୍ୟ ସରକାରଙ୍କର କୃଷକଙ୍କ ନିମିତ୍ତ ବଳରାମ ଯୋଜନା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର ଯୋଗ ଦେଇ ବଳରାମ ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା କରିବା ସହିତ ବ୍ଳକ୍ ର ସମସ୍ତ କୃଷକ କିପରି ଏହି ଯୋଜନା ଦ୍ୱାରା ଲାଭବାନ ହୋଇପାରିବେ ଏବଂ ନିଜର ଉନ୍ନତି ସାଧନ କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ଏହା ସହିତ କୃଷକ ମାନଙ୍କ ବିଭିନ୍ନ ପ୍ରକାର କାଗଜପତ୍ରକୁ ସଠିକ୍ ଭାବେ ଯାଞ୍ଚ୍ କରି ଏସ୍ଏଚଜି,ଜିଏଲଜି ଏବଂ ବ୍ୟକ୍ତିଗତ ୠଣ ପ୍ରଦାନ କରି ଖରିଫ ଋଣ ଟାର୍ଗେଟ୍ କୁ ପୂରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଜିର କାର୍ଯ୍ୟକ୍ରମଟି ବେଲଗୁଣ୍ଠା କୃଷି ଅଧିକାରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ ଏଥିରେ ଆସ୍କା ସମବାୟ ବ୍ୟାଙ୍କ ବେଲଗୁଣ୍ଠା ଶାଖାର ପରିଚାଳକ,ଗୋବରା ଏବଂ ବେଲଗୁଣ୍ଠା ଆନ୍ଧ୍ର ବ୍ୟାଙ୍କ ଶାଖା ପରିଚାଳକ,ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ବେଲଗୁଣ୍ଠା ଶାଖା ପରିଚାଳକ, ଏସବିଆଇର ବେଲଗୁଣ୍ଠା ଏବଂ ଗାଙ୍ଗପୁର ଶାଖା ପରିଚାଳକ ଏବଂ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ବେଲଗୁଣ୍ଠା, ବଙ୍କା, ଗାଙ୍ଗପୁର ଓ ବଡ଼ ବୋର୍ସିଂର ଶାଖା ପରିଚାଳକ ମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment