ବଳଙ୍ଗା ନାବାଳିକାଙ୍କୁ ପୋଡି ମାରିବା ଉଦ୍ୟମ ପଛର ଅପରାଧୀଙ୍କୁ ଗିରଫ ଓ ଦାଇତ୍ୱହୀନତା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଇସ୍ତଫା ଦାବିରେ ଫରୱାର୍ଡ଼ ବ୍ଲକର ପ୍ରତିବାଦ ।

ଭୁବନେଶ୍ୱର,୨୦/୦୭(ପିପିଟି) : ଫକୀର ମୋହନ କଲେଜ ଛାତ୍ରୀର ଆତ୍ମହତ୍ୟା ଓ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟଣାର ତାତି ଥମି ନଥିବା ବେଳେ ନିମାପଡା ନିର୍ବାଚନ ମଣ୍ଡଳୀର ବଳଙ୍ଗା ଥାନା ଅନ୍ତର୍ଗତ ବାୟାବର ଗ୍ରାମର ମୁସ୍କlନ ଖାତୁନ ନାମ୍ନୀ ଜଣେ ନାବାଳିକାକୁ ପୋଡି ହତ୍ୟା କରିବା ଉଦ୍ୟମ ଘଟଣାର ଦୃଢ ପ୍ରତିବାଦ ଓ ଘଟଣାରେ ଦାଇତ୍ୱହୀନତା ପାଇଁ ଦାୟୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଇସ୍ତଫା ଦାବିରେ ନେତାଜୀ ସୁଭାଷଙ୍କ ଦ୍ୱାରା ଗଠିତ ରାଜନୈତିକ ଦଳ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପକ୍ଷରୁ ଆଜି ଭୁବନେଶ୍ୱରରେ ଗଣ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି । ବଳଙ୍ଗା ଘଟଣାରେ ୩୬ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିବା ବେଳେ ନାଁ ଘଟଣାର ଅଭିଯୁକ୍ତମାନେ ଗିରଫ ହେଲେ ନାଁ ନିଜ ନିର୍ବାଚନ ମଣ୍ଡଳୀର ପୀଡିତା ଝିଅ ମୁସ୍କlନ କୁ ଅବା ତାର ସ୍ୱାସ୍ଥ୍ୟବସ୍ତା ବୁଝିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିବା ହସ୍ପିଟାଲକୁ ଗଲେ । ଯାହା ସମଗ୍ର ଘଟଣାକୁ ସନ୍ଦେହ ମଧ୍ୟକୁ ଠେଲି ନେଉଛି ଓ ଶ୍ରୀମତୀ ପରିଡାଙ୍କ ଦାଇତ୍ୱହୀନତାକୁ ସୂଚାଉଛି । ରାଜ୍ୟରେ ବି. ଜେ.ପି ସରକାର ଶାସନକୁ ଆସିବା ପରେ ମହିଳା ଓ ଛାତ୍ରୀମାନଙ୍କ ଉପରେ ନିର୍ଯ୍ୟାତନା ବଢ଼ିବାରେ ଲାଗିଛି। ଯାହା ଅତ୍ୟନ୍ତ ନିନ୍ଦନୀୟ ଓ ସରକାରୀ ଦାଇତ୍ୱ ହୀନତା,ବିପର୍ଯ୍ୟସ୍ତ ଆଇନି ଶୃଙ୍ଖଳା ବ୍ୟବସ୍ଥାର ପ୍ରତିଫଳନ ବୋଲି ପ୍ରତିବାଦ ସ୍ଥଳରେ ବକ୍ତବ୍ୟ ରଖି ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଅଭିଯୋଗ କରିଛନ୍ତି । ନିଜର ଦାଇତ୍ୱହୀନତା ପାଇଁ ଶ୍ରୀମତୀ ପରିବା ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଦେବl ଉଚିତ ବୋଲି ପ୍ରକାଶ କରିଛନ୍ତି । ରାଜ୍ୟରେ ମହିଳା ଓ ଛାତ୍ରୀଙ୍କ ବିରୋଧରେ ହିଂସା ବଢ଼ିବାରେ ଲାଗିଛି । ଅପରାଧୀଙ୍କ ଆଇନ ବ୍ୟବସ୍ଥା ଓ ପୋଲିସ ପ୍ରଶାସନ ପ୍ରତି ଭୟ ନାହିଁ । ସାରାରାଜ୍ୟ ଅପରାଧ ଓ ଅପରାଧୀଙ୍କ ଚରାଭୂଇଁ ପାଲଟିଛି । ଏଭଳି ଘଟଣାର ତୀବ୍ର ନିନ୍ଦା କରିବା ସହ ପୀଡିତାର ଆବଶ୍ୟକୀୟ ଉନ୍ନତ ଚିକିତ୍ସା,ଦୋଷୀଙ୍କ ବିରୁଦ୍ଧରେ କଠୋର ରୁ କଠୋର ଦଣ୍ଡ ବିଧାନ ପାଇଁ ଫରୱାର୍ଡ଼ ବ୍ଲକ ପକ୍ଷରୁ ଦାବୀ କରାଯାଇଛି । ରାଜ୍ୟରେ ନାରୀମାନଙ୍କ ଉପରେ ହିଂସା ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ କୌଣସି ନାଁ କୌଣସି ସ୍ଥାନରେ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟୁଥିବା ବିଷୟ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ବେଳେ ରାଜ୍ୟ ସରକାର ଦୋଷୀଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ କରିବାରେ ବିଫଳ ହେଉ ଥିବାରୁ ଅପରାଧୀମାନେ ଆମ ରାଜ୍ୟକୁ ଏକ ସୁରକ୍ଷିତ ଅଞ୍ଚଳ ଭାବରେ ବିଚାର କଲେଣି ବୋଲି ପ୍ରତିବାଦ ସ୍ଥଳରେ ବକ୍ତବ୍ୟ ରଖି ଫରୱାର୍ଡ଼ ବ୍ଲକର ମହିଳା ନେତ୍ରୀ ଲକ୍ଷ୍ମୀ ଦୋରା, ଶ୍ରମିକ ନେତା ସୁଶିଲ ଥାନପତି,ଆଜାଦ ହିନ୍ଦ୍ ବାହିନର ରାଜ୍ୟ ସମ୍ପାଦିକା ସୁବତୀ ଦଳେଇ,ଛାତ୍ରୀ ନେତ୍ରୀ ରିଙ୍କି ଆଜାଦ, ରାଜୁ ନାୟକ, ବିଜୟ ସାହୁ,ମାନି ନାୟକ,ଇଜନ ବଜ, ରାଜୁ ମାଡକାମୀ,ଅଭିରାମ ପାଙ୍ଗି ପ୍ରମୁଖ ଅଭିଯୋଗ କରିଛନ୍ତି । ରାଜ୍ୟରେ ଶାସନକୁ ଆସିବା ପରେ ବିଜେପି ଦଳ ଅପରାଧୀଙ୍କୁ ପ୍ରୋତ୍ସାହିତ କରୁଛି । ଫଳରେ ଅପରାଧୀ ମାନେ ସରକାରୀ ଛତ୍ରଛାୟା ତଳେ ଉଲ୍ଲସିତ ହୋଇ ଅପରାଧ ଘଟlଉଛନ୍ତି । ପୋଲିସ ସରକାରୀ ଦଳର ଚାପରେ ଚୁପ ରହୁଛି । ତେଣୁ ସରକାର ଭାଷଣ ରେ ନୁହେଁ ବରଂ କାର୍ଯ୍ୟରେ ଅପରାଧୀଙ୍କ ପ୍ରତି ଜିରୋ ଟଲରାନ୍ସ ନୀତି ଆପଣାଇ ମହିଳାଙ୍କୁ ସୁରକ୍ଷା ଯୋଗେଇଦେବା ପାଇଁ ଫରୱାର୍ଡ଼ ବ୍ଲକ ପକ୍ଷରୁ ଦାବୀ କରାଯାଇଛି ।

Comments (0)
Add Comment