ବର୍ଷା ପବନରେ ଭାଙ୍ଗିଲା ଲଷ୍ମୀପୂଜା ଟେଣ୍ଟ ।

ଭଞ୍ଜନଗର, ୦୨/୧୦(ପିପିଟି):ଆଜି ହେଉଛି ବିଜୟା ଦଶମୀ,ପବିତ୍ର ଦଶହରା।ଏହି ଦିନଟିକୁ ସମସ୍ତେ ଆନନ୍ଦ ଉଲ୍ଲାସର ସହିତ ପାଳନ କରିବା ପାଇଁ ଆଗ୍ରହରେ ଅପେକ୍ଷା କରି ଥିବା ବେଳେ ଲଘୁଚାପଜନିତ ଅଦିନିଆ ବର୍ଷା ଏଥିରେ ବାଧା ସୃଷ୍ଟି କରିଛି।ଦିନ ପ୍ରାୟ ୧୦ଟା ପରଠାରୁ ସାମାନ୍ୟତମ ବର୍ଷା ଆରମ୍ଭ ହୋଇ ତୁହାକୁ ତୁହା ବର୍ଷିଥିଲା।ଫଳରେ ଜନଜୀବନ ପ୍ରଭାବିତ ହେବା ସହ ଲୋକଙ୍କ ଗାଡ଼ି ମଟର ପୂଜାରେ ବ୍ୟାଘାତ ଘଟିଥିଲା।ଆସନ୍ତା ୬ତାରିଖରେ ଗଜଲଷ୍ମୀ ପୂଜା ପାଇଁ ଭଞ୍ଜନଗର ବସ ଷ୍ଟାଣ୍ଡରେ ନିର୍ମାଣ ହୋଇଥିବା ଟେଣ୍ଟ ସବୁ ବର୍ଷା ପବନରେ ଭାଙ୍ଗି ଯାଇଛି।ସନ୍ଧ୍ୟାରେ ବର୍ଷା ଛାଡ଼ି ଯାଇଥିଲେ ମଧ୍ୟ ପୂଜା ମଣ୍ଡପ ଗୁଡ଼ିକରେ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଶାନୁରୂପ ଭିଡ଼ ଦେଖିବାକୁ ମିଳି ନଥିଲା।ଆସନ୍ତା ୪ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।ଆସନ୍ତା ୫ତାରିଖରେ ଭଷାଣି ଉତ୍ସବ ଥିବାରୁ ଆଗକୁ ସବୁ କାର୍ଯ୍ୟକ୍ରମ ଫିକା ପଡିବା ଆଶଙ୍କା ରହିଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment