ବର୍ଷାରେ ଭିଜିଲା ଧାନ,ମଣ୍ଡିରେ ଧାନ କ୍ରୟ ନୋହିଲା ।

ଟିଟିଲାଗଡ଼,୨୫/୧୨: ରାଜ୍ୟ ସରକାରଙ୍କ ପକ୍ଷରୁ ଲଘୁଚାପ ବର୍ଷା ନେଇ ସତର୍କତା ଜାରି ହୋଇଥିଲା । ଏହା ସତ୍ୱେ ଟିଟିଲାଗଡ଼ ଉପଖଣ୍ଡ ପ୍ରଶାସନ ନିରବ ସାଜି ବସିଥିବା ଆଲୋଚନା ହୋଇଛି । ଗତକାଲି ଠାରୁ ଟିଟିଲାଗଡ଼ ଅଞ୍ଚଳରେ ଝିପିଝିପି ବର୍ଷା ଲାଗି ରହିଛି । ହେଲେ ଧାନ ମଣ୍ଡି ପରିଚାଳନା କରୁଥିବା ସମବାୟ ସମିତି ତଥା ଉପଖଣ୍ଡ ପ୍ରଶାସନ ପକ୍ଷରୁ ଧାନ କ୍ରୟ ନେଇ କୌଣସି ବ୍ୟବସ୍ଥା କରାଯାଇନଥିଲା । ଏନେଇ ବର୍ଷାରେ ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତବଡ଼ତେନ୍ତୁଲିଖୁଣ୍ଟି, ଶଗଡ଼ଘାଟ,ଜଗୁଆ ଆଦି ଅନେକ ମଣ୍ଡିରେ ଖୋଲା ଆକାଶ ତଳେ ଧାନ ଭିଜୁଛି । ଏନେଇ ଚାଷୀ ମହଲରେ ଅସନ୍ତୋଷ । ବର୍ତ୍ତମାନ ଧାନ ଭିଜିଯାଇଥିବା ବେଳେ ମିଲର୍ସ ଧାନ ଓଦା ଥିବା କହି ଆହୁରି କଟନି କରିବ ବୋଲି ଚାଷୀ ଆତଙ୍କରେ ରହିଛନ୍ତି । ହେଲେ ପ୍ରଶାସନ ଏନେଇ ନିରବ ନେଇ ଚାଷୀ ମହଲରେ ନିରାଶା ଖେଳି ଯାଇଛି ।

Comments (0)
Add Comment